ଭୟଙ୍କର ଅଗ୍ନିକାଣ୍ଡ; ସିଲିଣ୍ଡର ଫାଟି ଜଳିଗଲା ୧୦ ବଖରା ଘର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଘଟିଛି ଅଘଟଣ। ଏହି ଅଗ୍ନିକାଣ୍ଡରେ ୪ଟି ପରିବାର ର ୧୦ବଖରା ଘର ଜଳି ଯାଇଛି। ଆଜି ଭୋରୁ ୪ଟା ସମୟରେ ଏହି ଅଘଟଣ ଘଟିଛି। ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିଛି ।

fire

ସୂଚନା ଥାଉକି, ସୋମବାର ଭୋରରୁ ସମୟରେ କମଳା ପଦର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଅଚାନକ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା । କେହି କିଛି କରିବା ପୂର୍ବରୁ ଏହି ବିସ୍ଫୋରଣ ଭୟାନକ ରୂପ ନେଇଥିଲା । ଏହି ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ ବଖରା ଘର ଜଳି ଯାଇଥିଲା ।

କେବଳ ସେତିକି ନୁହେଁ, ସେହି ଘରର ସମସ୍ତ ଆସବାବପତ୍ର ସହ ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+