ମିଆଁମାର ଓ ଥାଇଲାଣ୍ଡ ଭୟଙ୍କର ଭୂମିକମ୍ପ ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମିଆଁମାର ଓ ଥାଇଲାଣ୍ଡରେ ଆଜି ହୋଇଥିବା ବଡ଼ଧରଣର ଭୂମିକମ୍ପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶ୍ରୀ ମାଝୀ କହିଛନ୍ତି, ଭୂମିକମ୍ପରେ ପ୍ରଭାବିତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ଏଭଳି ଦୁଃଖର ସମୟରେ ଉଭୟ ଦେଶର ଜନତାଙ୍କ ସହିତ ଓଡ଼ିଶା ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମିଆଁମାର ଓ ଥାଇଲାଣ୍ଡକୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

mohan charan majhi

ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଭୂମିକମ୍ପ ପରେ ଉପୁଜିଥିବା ପରିସ୍ଥିତି ପାଇଁ ସେ ବହୁତ ଚିନ୍ତିତ ବୋଲି କହିଛନ୍ତି। ସମସ୍ତଙ୍କ ସୁରକ୍ଷା ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି। ଏହି ଦୁଃଖର ମୁହୂର୍ତ୍ତରେ, ଭାରତ ମିଆଁମାର ଏବଂ ଥାଇଲ୍ୟାଣ୍ଡକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରସ୍ତୁତ। ଏନେଇ ସେ ପ୍ରସ୍ତୁତ ରହିବାକୁ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ବୈଦେଶିକ ମନ୍ତ୍ରାଳୟକୁ ମିଆଁମାର ଏବଂ ଥାଇଲ୍ୟାଣ୍ଡ ସରକାରଙ୍କ ସହିତ ଯୋଗାଯୋଗରେ ରହିବାକୁ ମଧ୍ୟ କୁହାଯାଇଛି।

ସୂଚନାଯୋଗ୍ୟ, ଆଜି ମିଆଁମାରରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକୀୟ ଭୂ-ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ସଂସ୍ଥା ୟୁଏସଜିଏସରେ ଏହାର ତୀବ୍ରତା ୭.୫ ହେବ ବୋଲି ଜଣାଯାଇଛି। ଏହା ସହ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୭.୦ ଥିଲା ବୋଲି ସାମ୍ନାକୁ ଆସିଛି। ଭୂମିକମ୍ପରେ ଥାଇଲ୍ୟାଣ୍ଡ ମଧ୍ୟ ଥରି ଉଠିଛି। ଏଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ଭୂମିକମ୍ପର ପ୍ରଭାବ ବାଂଲାଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+