୧୧ ଯାଏଁ ରାଜ୍ୟରେ ପ୍ରବଳ ଶୀତ , ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କ୍ରମାଗତ ଭାବେ ଖସି ଚାଲିଛି ପାରଦ ଆସନ୍ତା ୧୧ ଯାଏଁ ଶୀତଲହରୀ ସତର୍କତା ଜାରି କଲା ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଝାରସୁଗୁଡ଼ା, ସୁନ୍ଦରଗଡ଼, କଟକ, ଖୋର୍ଦ୍ଧା ଓ ଅନୁଗୁଳ । ୧୧ ତାରିଖ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ପାଗ ବିଭାଗ।

cold

ସେହିପରି ୧୦ ଡିଗ୍ରୀ ତଳେ ରାଜ୍ୟର ୨୫ ସହର । ରାଜ୍ୟକୁ ଥରହର କରୁଛି ଥଣ୍ଡା । ୨୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ୫ ଡିଗ୍ରୀ ତଳେ ୬ ସହର । ସେହିପରି ୮ ଡିଗ୍ରୀ ତଳେ ୭ ସହରର ତାପମାତ୍ରା । ଜି ଉଦୟଗିରି ସବୁଠୁ ଥଣ୍ଡା ସହର । ଜି ଉଦୟଗିରିରେ ୨.୬ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ । ଦ୍ବିତୀୟରେ ରାଉରକେଲା ରେକର୍ଡ କରିଛି । ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ମାଇନସ ୧ ଡିଗ୍ରୀକୁ ଖସିଛି ଶିମିଳିପାଳ ତାପମାତ୍ରା । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀରେ ତାପମାତ୍ରା ଥିବା ବେଳେ ଆଜି ମାଇନସ୍ ୧ ଡିଗ୍ରୀକୁ ଖସିଛି । ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ରାଜଧାନୀରେ ପାରଦ ପୁଣି ୯ ଡିଗ୍ରୀ ଛୁଇଁଛି । ୯.୪ ଡିଗ୍ରୀ ସହ ୧୯୫୨ ମସିହାର ରାତ୍ରି ତାପମାତ୍ରାକୁ ଦୋହରାଇଛି ରାଜଧାନୀ । କଟକରେ ୯ ଡିଗ୍ରୀ ତଳକୁ ଖସିଛି ପାରଦ । କଟକରେ ୮.୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+