ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଲେ ସପ୍ତମ ଶ୍ରେଣୀ ଛାତ୍ରୀ, କାରଣ ଅସ୍ପଷ୍ଟ

ଗଞ୍ଜାମ: ଗଞ୍ଜାମ ଜିଲା ଧରାକୋଟ ବ୍ଲକ୍ ବାହାରପୁର ଗ୍ରାମର ଉଚ୍ଚ ପ୍ରାଥମିକ ସ୍କୁଲର ଜଣେ ଛାତ୍ରୀ ସ୍କୁଲରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣକ ହେଲେ ସପ୍ତମ ଶେଣ୍ରୀର ରାଣୀ ଭୁୟା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି ।

ତେବେ ଏପର୍ଯ୍ୟନ୍ତ ବିଷ ପିଇବା ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ । ସୂଚନାନୁସାରେ ଛାତ୍ରୀ ଜଣକ ସ୍କୁଲର ଖାଇବା ଛୁଟିରେ ବ୍ୟାଗରେ ନେଇଥିବା ଏକ ବିଷ ବୋତଲରୁ ବିଷ ପିଇ ଦେଇଥିବା ଜଣେ ସହପାଠୀ ଦେଖ୍ ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଅଣାଯାଇଥିଲା । ହେଲେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।

poison

ସେପଟେ ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ପ୍ରତିକ୍ରିୟା କହିଛନ୍ତି ବିଷ ସ୍କୁଲକୁ ଆସିଲା କେମିତି ତା ଉପରେ ତଦନ୍ତ କରାଯିବ । ଆଗାମୀ ଦିନରେ ଏହା ଉପରେ ଅଧିକ ଯତ୍ନବାନ ହେବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଜାଗ ରହିବାକୁ ହେବ । ଅଭିଭାବକମାନଙ୍କୁ ଏ ନେଇ କାଉନସେଲିଂ କରାଯିବ ବୋଲି ବିଇଓ କହିଛନ୍ତି ।

ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ସେ ବିଷ ପିଇ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏନେଇ କିଛି ସ୍ପଷ୍ଟ ହୋଇନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+