କଟକରେ ସିରିଜ୍ ଦୁର୍ଘଟଣା , ୪ ଜଣ ଆହତ
କଟକରେ ସିରିଜ୍ ଦୁର୍ଘଟଣା । ମିନିଟ୍ରକର ବେପରୁଆ ଗାଡିଚାଳନା । ମଦ ପିଇ କରୁଥିଲା ଗାଡିଚାଳନା । ସୂଚନା ଅନୁଯାଇ, କଟକ ଜୁଡିସିଆଲ ଏକାଡେମୀ ଛକରେ ଏକ ଚିପ୍ସ ବୋଝେଇ ମିନି ଟ୍ରକ ପ୍ରଥମେ ଏକ ପାସେଞ୍ଜର ଅଟୋକୁ ଧକ୍କା ଦେଇଥିଲା । ପରେ ଡଗରପଡା ହନୁମାନ ମନ୍ଦିର ଛକରେ ବାଇକ୍ ରେ ଯାଉଥିବା ମହିଳା ଓ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାରେ ଅଟୋ ରିକ୍ସା ଡ୍ରାଇଭର,ଜଣେ ଛୋଟ ପିଲା ସମେତ ମୋଟ ୪ ଜଣ ଆହତ ହୋଇଛନ୍ତି । ସିରିଜ ଦୁର୍ଘଟଣା ଘଟାଇ ଫେରାର ହେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ମଦ୍ୟପ ଡ୍ରାଇଭରକୁ କାବୁ କରିଥିଲେ । ଅଟୋ ଡ୍ରାଇଭରକୁ ପୋଲିସ୍ ଅଟକ ରଖିବା ସହ ମିନିଟ୍ରକ ଜବତ୍ କରିଛି ପୋଲିସ ।












Click it and Unblock the Notifications