Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ ସିରିଜ୍ ଦୁର୍ଘଟଣା

Accident News: ରାଜଧାନୀରେ ସିରିଜ୍ ଦୁର୍ଘଟଣା । କୁହୁଡ଼ା ଛିଆଁ ବୋଝେଇ ଗାଡ଼ିକୁ ପିଟିଲା ଟ୍ରକ ଫଳରେ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ ସହ ଟ୍ରାଇଭର ଫେରର ଥିବା ନେଇ ସୂଚନା ରହିଛି ।

accident news

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବୁରମୁଣ୍ତା- ଖଣ୍ତଗିରି ଓଭରବ୍ରିଜ ନିକଟରେ ରାତି ପ୍ରାୟ ୧୨.୧୦ ସମୟରେ ଦୁର୍ଘଟଣା ଘଟିଥିଲା । ଏକ ବଲେରୋ ମାକ୍ସିଟ୍ରକ ଚକ ଲିକ୍ ହେବା ଯୋଗୁଁ ଡ୍ରାଇଭର ଜଣକ ନିଜ ଗାଡି ଠିକ୍ କରୁଥିବା ସମୟରେ ପଛପଟୁ ଏକ ହାଇୱା ପିଟିଥିଲା । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଞ୍ଚିଥିଲା ଉକ୍ତ ସମୟରେ ଆଉ ଏକ ହାଇୱା ପିସିଆର ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା । ଫଳରେ ପିସିଆର୍ ଭ୍ୟାନଟି ଦୂରକୁ ଛିଟିକି ପଡିଥିଲା । ଦୁର୍ଘଟଣାରେ ଡ୍ରାଇଭର ଚିତ୍ତ ପଟ୍ଟନାୟକ ଗୋଡ଼ଙ୍କ ଭାଙ୍ଗିଯିବା ସହ ଅଣ୍ଟାରେ ଗଭୀର ଆଘାତ ଲାଗି ଥିବା ନେଇ ସୂଚନା ରହିଛି । ସେହିପରି ହୋମଗାର୍ଡ ମନୋଜ କୁମାର ମେହେରଙ୍କ ଉପରେ ଛିଟିକି ପଡ଼ିଥିଲା ପିସିଆର ଭ୍ୟାନ । ଯେଉଁଥିରେ ତାଙ୍କ ତାଙ୍କର ଗୋଡ଼, ମୁଣ୍ଡ ଆଉ ଛାତିରେ ଗଭୀର ଆଘାତ ଲାଗିଛି ।ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+