ବାରିପଦାରେ ସିରିଜ୍ ଦୁର୍ଘଟଣା:୪ ମୃତ, ୩ ଗୁରୁତର
Baripada Accident: ବାରିପଦାରେ ସିରିଜ୍ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଟିଏ ଟ୍ରକ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇଛି ।
ସୂଚନା ଅନୁସାରେ, ଆଜି ସକାଳ ସମୟରେ ତିରିଂ ଥାନା ଅଞ୍ଚଳରେ ବଡଡାଳିମା ଛକ ନିକଟରେ ପ୍ରଥମେ ଟ୍ରକଟି ୩ ଜଣଙ୍କୁ ଧକ୍କା ଦେଇଥିଲା ଯେଉଁଠି ୧ ଜଣଙ୍କର ମୃତ୍ୟୁ ଘଟିଥିଲା ଅନ୍ୟ ୨ ଆହତ ହୋଇଥିଲେ କୁହାଯାଉଛି ତିନି ଜଣ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ପରେ ସମାନ ଟ୍ରକଟି ପୁଣି ପ୍ରାୟ ୫ କିଲୋମିଟର ଆଗରେ ଥିବା ବହଳଦା ଥାନା ଅନ୍ତର୍ଗତ ବାଗବେଡାରେ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା, ଫଳରେ ଅଟୋ ଡ୍ରାଇଭ ସମେତ ଏବଂ ଏକ ଦମ୍ପତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications