ସିରିଜ ଦୁର୍ଘଟଣା; ପଛକୁ ପଛ ପିଟି ହେଲେ ୩ଟି ଗାଡି, ବାଇକ୍ ଆରୋହୀଙ୍କ ମୃତ୍ୟୁ
ଭଦ୍ରକ ଜିଲ୍ଲା ବିଷ୍ଣୁପୁର ନିକଟରେ ଆଜି ସକାଳେ ସିରିଜ ଦୁର୍ଘଟଣା ଘଟିଛି । ୩ଟି ଗାଡି ପଛକୁ ପଛ ପିଟି ହୋଇଛି । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟ ହୋଇଛି । ତେବେ ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ । ଆଜି ସକାଳେ ଏହି ଦୁର୍ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେଇଥିଲା । ଏହା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଯାଇ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା ।

ତେବେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications