ସଡ଼କ ଦୁର୍ଘଟଣା ନେଲା ବରିଷ୍ଠ ଫଟୋ ସାମ୍ବାଦିକଙ୍କ ଜୀବନ
ପରଲୋକରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ଦୈନିକ ଖବର କାଗଜ 'ସମୟ' ଓ ଅନ୍ୟ ଏକ ଇଂରାଜୀ ଖବର କାଗଜ ସହ କାର୍ଯ୍ୟକରୁଥିଲେ ଅଶୋକ ପଣ୍ଡା।
ଭୁବନେଶ୍ୱର: ପରଲୋକରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ଦୈନିକ ଖବର କାଗଜ 'ସମୟ' ଓ ଅନ୍ୟ ଏକ ଇଂରାଜୀ ଖବର କାଗଜ ସହ କାର୍ଯ୍ୟକରୁଥିଲେ ଅଶୋକ ପଣ୍ଡା।

ସବୁଦିନ ନିଜର କାମ ପାଇଁ ସେ ଅନେକ ସ୍ଥାନକୁ ବାଇକରେ ଯାଇଥାନ୍ତି । କିନ୍ତୁ ଆଜି ସେ ପୁରୀ ଯିବା ରାସ୍ତାରେ ତାଙ୍କୁ ଜଗି ବସିଥିଲା ମୃତ୍ୟୁ । ସେ କାର୍ଯ୍ୟରତ ଥିବା ସମୟରେ ହିଁ ମୃତ୍ୟୁର ଶିକାର ହୋଇଛନ୍ତି । ଅଶୋକ ପଣ୍ଡା ମୟୂରଭଂଜ ଜିଲ୍ଲାର ବାଇସିଙ୍ଗା ଗାଁର । ସେ ୧୯୯୬ ରୁ ଏକ ସ୍ଥାନୀୟ ଖବରକାଗଜ ପାଇଁ କାମ କରିବା ଆରମ୍ଭ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ସେ ଅନେକ ବର୍ଷ ବିତାଇଛନ୍ତି। ତାଙ୍କର ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପତ୍ନୀ ଏବଂ ଏକମାତ୍ର ଝିଅ ।












Click it and Unblock the Notifications