ଆସନ୍ତା ସପ୍ତାହରେ ବାତ୍ୟା ସମ୍ଭାବନା, ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ
ଭୁବନେଶ୍ବର: ପୁଣି ଥରେ ମେ' ମାସ ଓଡିଶାରେ ଦେଖିପାରେ ଆଉ ଏକ ଭୟାନକ ବାତ୍ୟା । ଚଳିତ ମେ' ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇ ପାରେ ଏକ ବାତ୍ୟା । ଏନେଇ ଆକଳନ କରିଛି ଆମେରିକାନ୍ GFS ମଡେଲ ।
ସେହିପରି ଅନ୍ତର୍ଜାତୀୟ ପାଣିପାଗ ବିଶେଷଜ୍ଞ ଜାସନ ନିକୋଲସ (Jason Nicholls ) ସୋମବାର ଏକ ଟୁଇଟ କରି ବାତ୍ୟା ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ସପ୍ତାହ ସୁଦ୍ଧା ପୂର୍ବ ଭାରତରେ ଏହାର ପ୍ରଭାବ ଦେଖାଇବ ବୋଲି ସେ ଅନୁମାନ କରିଛନ୍ତି ।

ଏଠି କହିରଖୁ କି, ବାତ୍ୟା ନେଇ କୌଣସି ପୂର୍ବାନୁମାନ କରି ନାହିଁ ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ମାତ୍ର ଏହା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବା ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେଣୁ ବାତ୍ୟା ନେଇ ସରକାରୀ ସ୍ଥରରେ ଏଯାବାତ୍ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ତେବେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ମେ ଦ୍ୱିତୀୟ ସପ୍ତାହରେ ବାତ୍ୟା ସମ୍ଭାବନା ନେଇ ଆକଳନ କରିଛନ୍ତି । ଚଳିତ ସପ୍ତାହ ଶେଷ ଆଡକୁ କିମ୍ବା ଆସନ୍ତା ସପ୍ତାହ ଆରମ୍ଭ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ପାଗ ଅନୁକୂଳ ରହିଛି । ଆଗକୁ ସେହି ଲଘୁଚାପ ସାମୁଦ୍ରିକ ଝଡ଼ର ରୂପ ନେବା ଯଥେଷ୍ଟ ସମ୍ଭାବନା ଥିବା ଅନୁମାନ କରିଛନ୍ତି ଜାସନ ନିକୋଲ୍ସ । ପୂର୍ବ ଭାରତରୁ ଆରମ୍ଭକରି ବାଂଲାଦେଶ ଓ ମିଆଁମାର ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିପାରେ ବୋଲି ସେ ଆକଳନ କରିଛନ୍ତି । ଆଗକୁ ସମ୍ଭାବ୍ୟ ଲଘୁଚାପ କି ରୂପ ନେବା ତା ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀ ।
ସୂଚନାଥାଉ କି, ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରିଥିଲା । ପରେ ପରେ ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟା ବି ମେ ମାସରେ ସ୍ଥଳଭାଗ ଛୁଇଁଛି । ଗତବର୍ଷ ମେ ୮ତାରିଖରେ ସାମୁଦ୍ରିକ ଝଡ଼ ଅସାନୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁଇବ । ପରେ ଗତିପଥ ବଦଳାଇ ଥିଲା ବାତ୍ୟା ଅସାନୀ । ଏହାର ପ୍ରକୋପ ମଧ୍ୟ କମିଥିଲା । ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ ଭାବରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଥିଲା । ତେଣୁ ଏବେ ବଙ୍ଗୋପସାଗରରେ ବାତ୍ୟା ହେବ କି ନାହିଁ ଓ ଏହାର ସମ୍ଭାବ୍ୟ ପ୍ରକୋପ ନେଇ ଏବେଠାରୁ ସଠିକ୍ ପୂର୍ବାନୁମାନ କରି ହେବ ନାହିଁ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications