ବିବାଦ ପରେ କ୍ଷମା ପ୍ରାର୍ଥନା କଲେ ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ
ସ୍ବାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ପ୍ରତି ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଦେଇଥିବା ଅପମାନଜନକ ମନ୍ତବ୍ୟକୁ ନେଇ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି। ତାଙ୍କୁ ଅସମ୍ମାନ କରିବା ପ୍ରତିବାଦରେ ବରଗଡ଼ର ଘେଁସରେ ଗତକାଲି ୬ ଘଣ୍ଟା ବନ୍ଦ ରହିଥିଲା। ସୋମବାର ସକାଳ ୬ରୁ ଦିନ ୧୨ଟା ଯାଏ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଆଉ ଶେଷରେ ନିଜ ମନ୍ତବ୍ୟ ପାଇଁ ଭୁଲ ମାଗିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ ରାଉତରାୟ।

ସୁରଙ୍କ ଏହି ମନ୍ତବ୍ୟକୁ ନେଇ ଭାଜପା ଏହାର ତୀବ୍ର ପ୍ରତିବାଦ କରିଛି। ଏପରିକି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ସୋମବାର ସୁରଙ୍କ ନାମରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଭାଜପା ଯୁବ ମୋର୍ଚ୍ଚାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ସ୍ବୟଂ ସେବକ ରାୟଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତାମାନେ ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
୧୮୫୭ର ମହାନ ବିପ୍ଲବୀ ମାଧୋ ସିଂହ। ଘେଁସ ଜମିଦାରୀର ଆଦିବାସୀ ବିଂଝାଲ ଜମିବାର ମାଧୋ ସିଂହ। ଇଂରେଜଙ୍କ ବିରୋଧରେ ମାଧୋ ସିଂହଙ୍କ ପୂରା ପରିବାର ସଂଘର୍ଷ କରିଥିଲେ । ଶକ୍ତିଶାଳୀ ଗରିଲା ବାହିନୀ ଗଠନ କରି ଇଂରେଜ ବିରୋଧରେ ସେ ଲଢିଥିଲେ । ସମ୍ବଲପୁର ବିଦ୍ରୋହ ନିମନ୍ତେ ପ୍ରସ୍ତୁତ ରଣନୀତିର ସେ ମୁଖ୍ୟ ଅଂଶୀଦାର ଥିଲେ। ଦେଶ ସ୍ବାଧୀନ ପାଇଁ ମେଧୋ ସିଂହଙ୍କ ପରିବାର ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଶେଷରେ ଗିରଫ ମାଧୋ ସିଂହଙ୍କୁ ୧୮୫୮ ମସିହା ଡିସେମ୍ବର ୩୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ଇଂରେଜ ସରକାର ।
ସୂଚନାଥାଉ କି, ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ମିଳିବ । ଏଥିପାଇଁ 'ମାଧୋ ସିଂ ହାତଖର୍ଚ୍ଚ' ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି ଯୋଜନା ବାବଦ ୧୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ତେବେ ତାଙ୍କୁ ନେଇ ଅପମାନଜନକ ଟିପ୍ପଣୀ ଦେଇଥିଲେ ସୁର ରାଉତରାୟ। ଯାହା ପରେ ବିରୋଧ କରାଯିବାରୁ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ତାଙ୍କୁ ଜାଣିନଥିଲି, ଭୁଲରେ କହି ଦେଇଛି।
ସୂଚନାଥାଉ କି, ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଏହି ଯୋଜନାରେ ଜନଜାତି ଛାତ୍ରୀଛାତ୍ର ଉପକୃତ ହେବେ ଏବଂ ଆଗ୍ରହରେ ସ୍କୁଲ ପିଲା ଯିବେ। ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।












Click it and Unblock the Notifications