ବରିଷ୍ଠ ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ ମାମଲା: ରିମାଣ୍ଡ ପରେ ଜେଲକୁ ଫେରିଲେ ୪ ଅଭିଯୁକ୍ତ

ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲା‌ରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍‌ ଠିକ୍‌ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି । ଏହାର ପ୍ରମାଣ ନ ମିଳିବା ଯାଏଁ ହତ୍ୟାକାଣ୍ଡ ପଛରେ ସୁପାରି ଦିଗଟି ଦୁର୍ବଳ ହେବାର ଆଶଙ୍କା ରହିଛି । ଯେହେତୁ ମାମଲାରେ ଏଯାଏଁ ଟଙ୍କା ଜବତ ନେଇ ପୁଲିସ ମୁହଁ ଖୋଲିନି ତେଣୁ ଚାର୍ଜସିଟ୍‌ ପୂର୍ବରୁ ତାହାକୁ ପ୍ରମାଣିତ କରିବା ଜରୁରି ହୋଇଛି ।

Senior lawyer Pitavas murder case

ପୁଲିସ ଖୋଜୁଛି 'ସୁପାରି' ପ୍ରମାଣ
ପୀତବାସ ହତ୍ୟାକାଣ୍ଡ ପଛରେ ସୁପାରି କାରବାର
ହତ୍ୟା ପାଇଁ ହୋଇଥିଲା ୫୦ଲକ୍ଷ ଟଙ୍କାର ଡିଲ୍‌
ବିହାରୀ ସୁଟରଙ୍କୁ ଉମା ଦେଇଥିଲା ୧୦ଲକ୍ଷ ଟଙ୍କା
ଟଙ୍କା ନ ଫେରାଇ ଫେରିଯାଇଥିଲେ ବିହାରୀ ସୁଟର
ପ୍ଲାନ୍‌-'ବି'ରେ ସାମ୍ନାକୁ ଆସିଥିଲେ ଚିଣ୍ଟୁ, କୁରୁପତି
ହତ୍ୟାକାଣ୍ଡ ପାଇଁ ନେଇଥା'ନ୍ତେ ୧୫ଲକ୍ଷ ଟଙ୍କା
ହତ୍ୟା କଲେ ୧୦ଲକ୍ଷ, ସହଯୋଗ ପାଇଁ ୫ଲକ୍ଷ
ହତ୍ୟା କରିଥିଲା କୁରୁପତି, ବାଇକ୍‌ ଚାଳକ ଚିଣ୍ଟୁ
ସୁପାରି ଟଙ୍କା ଉମା ପାଖରୁ କାରବାର ହୋଇଥିଲା
ସୁପାରି ଟଙ୍କା ଜବତ ନେଇ ମୁହଁ ଖୋଲିନି ପୁଲିସ

ପ୍ରଶ୍ନ- କୁଆଡ଼େ ଗଲା 'ସୁପାରି' ଟଙ୍କା?
ହତ୍ୟାକାଣ୍ଡ ପାଇଁ କିଏ କରିଥିଲା ସୁପାରି ଡିଲ୍‌?
ଉମାକୁ କିଏ ଦେଇଥାନ୍ତା ସୁପାରି ଟଙ୍କା?
ଅଗ୍ରୀମ ଆକାରରେ କେତେ ପାଇଥିଲା ଉମା?
ଟଙ୍କା ଫେରାଇ ନାହାନ୍ତି କି ବିହାରୀ ସୁଟର?
ଯଦି ଫେରାଇଛନ୍ତି, କାହା ପାଖେ ଅଛି ଟଙ୍କା?
କାହିଁକି ୫୦ଲକ୍ଷରୁ ୧୫ଲକ୍ଷକୁ ଖସିଥିଲା ସୁପାରି?
ସୁପାରି ଟଙ୍କା ଏବେ କାହା ପାଖରେ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+