ବରିଷ୍ଠ ସାମ୍ବାଦିକ ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ; ୬୯ ବର୍ଷରେଶେଷ ନିଶ୍ୱାସ ତ୍ୟାଗ
ବରିଷ୍ଠ ସାମ୍ବାଦିକ ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ଦେହାନ୍ତ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି ଥିଲେ ପ୍ରଦୀପ ମହାପାତ୍ର। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତ୍ର ୨.୧୦ ମିନିଟରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ସେ ଜଣେ ବରିଷ୍ଠ ସାମ୍ବାଦିକ ଥିଲେ। ପ୍ରଫେସର ପ୍ରଦୀପ ମହାପାତ୍ର ଆଜି ସକାଳେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବ୍ରହ୍ମପୁର ନିଜ ବାସସ୍ଥାନରେ ଶବଦାହ କରାଯିବ। ତାଙ୍କ ମରଶରୀର ଭୁବନେଶ୍ୱରରୁ ଆଜି ସକାଳ ୧୦ଟା ବ୍ରହ୍ମପୁର ପହଞ୍ଚିବ।

ବ୍ରହ୍ମପୁର ସ୍ଥିତ ବାସଭବନରେ ମୃତଦେହ ପହଁଚିବା ପରେ ଆଜି ଶେଷକୃତ୍ୟ ସମ୍ପନ୍ନ କରାଯିବ। ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିଲା। ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହେବା କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।












Click it and Unblock the Notifications