ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ
ବରିଷ୍ଠ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ମଙ୍ଗଳବାର ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ।

ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ମୋତେ ଏକ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି। ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ। ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି। ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି। ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି ଆଇପିଏସ୍ ଅରୁଣ ଷଡ଼ଙ୍ଗୀ।












Click it and Unblock the Notifications