ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ SRC
ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ ଏସଆରସି । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ନିକୁଞ୍ଜ ଧଳ ହେଲେ ନୂଆ ଏସଆରସି । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ପରେ ନିକୁଞ୍ଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ନିକୁଞ୍ଜ ଧଳ ଏବେ ଶକ୍ତି ଓ ଅବକାରୀ ବିଭାଗ ସଚିବ ଅଛନ୍ତି । ତା' ସହିତ ସେ ଗ୍ରୀଡକୋ ଓ ଓଡ଼ିଶା ଷ୍ଟେଟ୍ ବେଭେରେଜ୍ କର୍ପୋରେସନ୍ର ଅଧ୍ୟକ୍ଷ ଅଛନ୍ତି । ସେ ଏବେ ଏସ୍ଆର୍ସି ଦାୟିତ୍ୱ ସହିତ ପୂର୍ବରୁ ତାଙ୍କ ପାଖରେ ଥିବା ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ୯୯୩ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ନିକୁଞ୍ଜ ଧଳ ।












Click it and Unblock the Notifications