ନିର୍ବାଚନ ଲଢିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର
ନିର୍ବାଚନ ଲଢିବେନି ନରସିଂହ । ଏ ନେଇ ନରସିଂହ ନିଜେ ଘୋଷଣା କରିବା ସହିତ କହିଛନ୍ତି ଯେ, 'ଆଉ ନିର୍ବାଚନ ଲଢିବିନି । ଆସନ୍ତା ନିର୍ବାଚନରେ ସେ ନୁହେଁ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ଲଢିବ । ଏ ନେଇ ଆମେ ୫ଟି ଗୁରୁତ୍ବପୂର୍ଣ୍ଣ କର୍ମୀ ସମ୍ମିଳନୀ କରିଥିଲୁ । ହଜାର ହଜାର ଲୋକ କର୍ମୀ ସମ୍ମିଳନୀରେ ସାମିଲ ହୋଇଥିଲେ । ସମସ୍ତଙ୍କ ମତ ସାନ ପୁଅ ସମରେନ୍ଦ୍ର ବିଧାନସଭା ନିର୍ବାଚନ ଲଢୁ଼ । ଏଆଇସିସିକୁ ଏନେଇ ନିଷ୍ପତ୍ତି ଜଣାଇବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।

ସେହିପରି ଘଷିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ମଧ୍ଯ ରେସରେ ଅଛନ୍ତି ।ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସ୍ଥାନରେ ତାଙ୍କ ପୁଅ ପ୍ରୟାସକାନ୍ତ ସାମଲ ମଇଦାନକୁ ଓହ୍ଲାଇପାରନ୍ତି ବୋଲି କୁହାଯାଉଛି। ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥ ୨୪ ମଇଦାନକୁ ଓହ୍ଲାଇବେ । ଏନେଇ ସେମାନେ ଘୋଷଣା କରିସାରିଛନ୍ତି ।
ସେହିପରି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ମଧ୍ଯ ରେସରେ ଅଛନ୍ତି । ପୂର୍ବତନ କଂଗ୍ରେସ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମଧ୍ଯ ୨୪ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଲାଣି ।












Click it and Unblock the Notifications