କରୋନା ଟିକା ପାଇଁ ଅଫଲାଇନ୍‌ରେ ବି ପଞ୍ଜୀକରଣ କରି ପାରିବେ ବୟସ୍କ ବ୍ୟକ୍ତି

ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ACS ପ୍ରଦୀପ୍ତ କୁମାର ମହାପାତ୍ର ।

ଭୁବନେଶ୍ୱର: କରୋନା ଟିକା ନେବା ପାଇଁ ଆବଶ୍ୟକୀୟ ପଞ୍ଜିକରଣ ଅଫ ଲାଇନ ମୋଡରେ ବି ହୋଇପାରିବ । ଏଥି ପାଇଁ ବୟସ୍କ ବ୍ୟକ୍ତିଙ୍କୁ ଆଶ୍ବସ୍ତି ମିଳିଛି । ବୟସ୍କଙ୍କ ଟିକାକରଣ ଲାଗି ଅଫଲାଇନ୍‌ରେ ବି ହୋଇପାରିବ ପଞ୍ଜୀକରଣ । ଅଫଲାଇନ୍‌ରେ ପଞ୍ଜୀକରଣ କରି ଟିକା ନେଇପାରିବେ ବୟସ୍କ ଓ ବିଭିନ୍ନ ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି । ଏନେଇ ସବୁ ଜିଲ୍ଲାପାଳ, CDMOଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ACS ପ୍ରଦୀପ୍ତ କୁମାର ମହାପାତ୍ର ।

ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ACS । ଆଜି ଅନଲାଇନ୍ ପଞ୍ଜୀକରଣ ବେଳେ କେତେକ ସ୍ଥାନରେ ସମସ୍ୟା ଦେଖାଦେଇଥିଲା। ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟରେ LINK କାମ କରୁନଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ବହୁତ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କିଛି ବରିଷ୍ଠ ନାଗରିକ ।

corona vaccination in odisha

ସୂଚନାଯୋଗ୍ୟ, ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବ। ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କରୋନା ଟିକା ନେଇଛନ୍ତି।

ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳିବାକୁ ଥିବା ବେଳେ ପ୍ରାଇଭେଟ ହସ୍ପିଟାଲରେ ପ୍ରତି ଡୋଜକୁ ଦେବାକୁ ପଡ଼ିବ ୨୫୦ ଟଙ୍କା । ଯିଏ ଟିକା ନେବ, ସେ COWIN ପୋର୍ଟାଲରେ ପଞ୍ଜିକରଣ କରିବେ । ଯିଏ ପଞିଜୀକରଣ କରିନଥିବ, ଅନ୍ ସାଇଟ୍ ପଞିଜୀକରଣ କରି ଟିକା ନେଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+