ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି, ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ

ହୋଟେଲ କ୍ରିଷ୍ଟାଲ କ୍ରାଉନ୍‌ରେ ମେଳି ବାନ୍ଧିଲେ ବିଜେଡି ନେତା । ଏହା ଆଲୋଚନାରେ ବିଜେଡିର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡା, ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ନେତାଙ୍କୁ ଏଠାରେ ଦେଖିବାକୁ ମିଳିଛି । ୱାକଫ ବିଲ ସମର୍ଥନକୁ ନେଇ ଗତ କିଛି ଦିନ ହେଲା ବିଜେଡିରେ ହଲଚଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବିଜେଡି ନେତାଙ୍କ ମେଳି ଅନେକ ପ୍ରଶ୍ନ ଉଠାଇଛି । କାରଣ ୱାକଫ ବିଲ ସମର୍ଥନକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହିଁ ଦଳ ।

bjd
ସବୁଠାର ବଡ଼ କଥା ହେଉଛି ହୋଟେଲ୍ ନିକଟରେ ଓହ୍ଲାଇବା ପରେ ଗାଡ଼ି ନେଇ ପଳାଇବାକୁ ଡ୍ରାଇଭରଙ୍କୁ ନିର୍ଦ୍ଦେଶ ଦେଇଥିଲେ ନେତାମାନେ । ପାଣ୍ଡିଆନଙ୍କ ବିରୋଧରେ ମେଳି ହେଲା କି ? କାହିଁକି ବରିଷ୍ଠ ନେତାମାନେ ଏକାଠି ହେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ପ୍ରଭାତ ଓ ଚନ୍ଦ୍ରସାରଥି । କଣ ରହିଛି ଏହି ଆଲୋଚନାର ଆଭିମୁଖ୍ୟ ତାହା ସ୍ପଷ୍ଟ ହୋଇ ପାରିନି ।

ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡିରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଭିତରେ ଛନ୍ଦିହୋଇପଡ଼ିଥିବା ଭି.କେ. ପାଣ୍ଡିଆନ୍‌ଙ୍କୁ ବଞ୍ଚାଇବାକୁ ଦଳ ଭିତରେ ଜୋର୍‌ଦାର ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହାକୁ ସମ୍ଭାଳିିବାକୁ ପାଣ୍ଡିଆନ୍‌ଙ୍କ ଜଣେ ସହଯୋଗୀ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଗତ ୫ ଦିନ ଭିତରେ ବିଜେଡିରେ ଘଟିଥିବା ଘଟଣାକ୍ରମକୁ ଦେଖିଲେ ପାଣ୍ଡିଆନ୍‌ଙ୍କୁ କିପରି ସୁରକ୍ଷା ଦିଆଯାଉଛି ତାକୁ ନେଇ ସବୁଠାରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି। ଓ୍ବାକ୍‌ଫ ବିଲ୍‌କୁ ନେଇ ଯେଉଁ ଦ୍ୱିମତ ଦେଖାଦେଇଥିଲା ତାକୁ ଦଳର ବହୁ ବରିଷ୍ଠ, ଯୁବ ଏବଂ ଛାତ୍ରନେତା ବିରୋଧ କରିବା ସଙ୍ଗେ ସଙ୍ଗେ ପାଣ୍ଡିଆନ୍‌ଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଥିଲା। ହେଲେ ବହୁ ନେତାଙ୍କ ଦାବିକୁ ଅଣଦେଖା କରିଦେଇ ଏହାକୁ ଘୋଡ଼ାଇବା ସକାଶେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ବିଷୟକୁ ଅଗ୍ରାଧିକାର ଦେବାର ବାହାନା ଦଳ ଭିତରେ ଆରମ୍ଭ ହୋଇଛି। ଦଳର କେତେଜଣ ବରିଷ୍ଠ ବୋଲାଉଥିବା ନେତା ଗଣମାଧ୍ୟମ ଆଗରେ ନିଜକୁ ବଞ୍ଚାଇରଖିବା ଲାଗି ପାଣ୍ଡିଆନ୍‌ଙ୍କ ସହଯୋଗୀଙ୍କ ଗୋଟିଚାଳନାରେ ମୋଡ଼ିମକଚି ହୋଇଯାଇଥିବା ଚର୍ଚ୍ଚା ହେଉଛି। ଚଳିତ ମାସ ସୁଦ୍ଧା ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ଶେଷହେବ ବୋଲି ଘୋଷଣା କରାଯାଇଛି। ସେହି କ୍ରମରେ ଦଳର ୩୩ଟି ସାଙ୍ଗଠନିକ ଜିଲା ଭିତରୁ ପ୍ରଥମ ପର୍ଯ୍ୟାୟରେ ୨୬ଟି ଜିଲାର ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ଶୁଣିବାକୁ ମିଳୁଛି। ବବିଙ୍କ ଇଙ୍ଗିତରେ ପ୍ରାୟ ସବୁ ଜିଲାର ସଭାପତିଙ୍କ ନାଁ ଚୟନ କରାଯାଉଥିବା କେତେଜଣ ନେତା ବାହାରେ ଗପିବା ଆରମ୍ଭ କରିଦେଇଛନ୍ତି। ସାଙ୍ଗଠନିକ କ୍ଷେତ୍ରରେ ପାଣ୍ଡିଆନ୍‌ ଓ ବବି ଯୋଡ଼ି ଦଳକୁ ଏକରକମ ନିଜ ନିୟନ୍ତ୍ରଣକୁ ନେବାରେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+