ପିଏମ ମୋଦିଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍
ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍ ସୋ । ସେହିପରି ୧୧ ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ପୂର୍ବ ସୂଚନା ମୁତାବକ ଆସନ୍ତାକାଲି ଅର୍ଥାତ୍ ୫ ତାରିଖ ରାତିରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାତି ୯ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ମୋଦିଙ୍କୁ ଦିଆଯିବ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ହଜାର ହଜାର ସଂଖ୍ୟାରେ ଲୋକ ବିମାନ ବନ୍ଦର ବାହାରେ ମୋଦିଙ୍କୁ ସ୍ୱାଗତ କରିବେ । ରାଜଭବନରେ ରାତିରେ ରହିବେ ପ୍ରଧାନମନ୍ତ୍ରୀ ମୋଦି । ୬ ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତା'ପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଆଉ ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ବର୍ତ୍ତମାନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ଚିଲିକାରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି । ଶନିବାରଠାରୁ ୬ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କଟକଣା ଲାଗୁ ରହିବ । ନୋ ଫ୍ଲାଇଂ ଜୋନ୍ ନେଇ ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ସମୟରେ ବିମାନବନ୍ଦରରୁ ଭୁବନେଶ୍ୱରର ରାଜ ଭବନ ପର୍ଯ୍ୟନ୍ତ ଏକ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ । ତିନି ଡିସିପିଏସ୍, ୧୦ ଏସିପି, ୧୭ ଆଇସି ଏବଂ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହେବେ ବୋଲି ଡିସିପି ପ୍ରତୀକ ସିଂ ଶନିବାର ସୂଚନା ଦେଇଛନ୍ତି ।












Click it and Unblock the Notifications