ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ରାଜ୍ୟର ବିଭିନ୍ନ ଅଞ୍ଚଳର ହାଇ ଆଲର୍ଟ, ଚେକିଂ ଜୋରଦାର

ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଉଭୟ ଆରାଇଭାଲ ଓ ଡିପାର୍ର ପାଖରେ ଚେକିଂକୁ ଅଧିକ ଗୁରୁତ୍ୱ। DGCA ନିର୍ଦ୍ଦେଶରେ ୩ ଦିନ ଯାଏଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। କ୍ୟୁଆରଟି ସାଙ୍ଗକୁ ବମ୍‌ ସ୍ୱାଡ୍‌, ଡଗ୍‌ ସ୍ୱାଡ୍‌ଙ୍କ ସର୍ଚ୍ଚ ଅପରେସନ । ନାକା ପୋଷ୍ଟ ଗୁଡ଼ିକ ନିକଟରେ ମଧ୍ୟ ସୁରକ୍ଷାକୁ ବଢ଼େଇ ଦିଆଯାଇଛି।

ଦିଲ୍ଲୀ ବିସ୍ଫୋରଣ ପରେ ଓଡିଶାର କେନ୍ଦ୍ରାଞ୍ଚଳ ଅଞ୍ଚଳର ସବୁ ଜିଲ୍ଲାରେ ଜାରି ହୋଇଛି ହାଇଆଲର୍ଟ । ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ ଜୋରଦାର କରିଛି ପୋଲିସ । ଚନ୍ଦ୍ରଭାଗା ଓ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚତୁଃପାର୍ଶ୍ଵ ଅଞ୍ଚଳରେ ହାଇ ଆଲର୍ଟ । କୋଣାର୍କ ଥାନା, ଚନ୍ଦ୍ରଭାଗା ମେରାଇନ ଥାନା ଓ ରାମଚଣ୍ଡୀ ଥାନାର ସମସ୍ତ ଷ୍ଟାପ ସଜାଗ ରହିବାକୁ ପୁରୀ ଏସ ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ ।

Security tightened at Bhubaneswar airport

ଓଡ଼ିଶାକୁ ହାଇ ଆଲର୍ଟ ପରେ ବାଲେଶ୍ବର ସହର ବିଭିନ୍ନ ଛକରେ ବ୍ଲକିଂ ଟେକିଂ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳ ତଥା ଆଇ ଟି ଆର୍ ଓ ଡି ଆର୍ ଡି ଓ ଆଦି ଅଞ୍ଚଳ ଗୁଡିକରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଏହା ସହ ପୂର୍ବାଞ୍ଚଳ ପୋଲିସ ଅଧୀନରେ ଥିବା ୫ ସାମୁଦ୍ରିକ ଥାନା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସାମୁଦ୍ରିକ ଥାନାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର । ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ବ୍ୟସ୍ତ ବହୁଳ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକରେ ବସ୍ତା ଥାନା ଏବଂ ଜାତୀୟ ରାଜପଥ ପାଟ୍ରୋଲିଂ ପୋଲିସ ପକ୍ଷରୁ ଯାଞ୍ଚକୁ କଡାକଡି କରା ଯାଇଛି । ବିଳମ୍ବିତ ରାତିରେ ଯାତାୟତ କରୁଥିବା ସମସ୍ତ ଯାନବାହାନକୁ ଅଟକାଇ ଯାଞ୍ଚ କରିବା ସହ ପରିଚୟ ପତ୍ର ମଧ୍ୟ ଯାଞ୍ଚ କରାଯାଇଥିଲା ।

ସେହିପରି ଆରପିଏଫ ପକ୍ଷରୁ କଟକ ରେଳ ଷ୍ଟେସନରେ କଡ଼ାକଡ଼ି ଚେକିଙ୍ଗ କରାଯାଉଛି । ଯାତ୍ରୀମାନଙ୍କ ସମସ୍ତ ଲଗେଜ କଡାକଡି ଯାଞ୍ଚ କରୁଛନ୍ତି ଟିମ୍ । ଦିଲ୍ଲୀ ବିସ୍ପୋରଣ ପରେ ଗତକାଲି ରାତି ଠାରୁ ଯାଞ୍ଚ ପ୍ରକ୍ରିୟା ଜୋରଦାର କରିଛି ଆର୍ ପି ଏଫ୍ । ଲଗେଜ୍ ସ୍କାନର, ଡଗ୍ ସ୍କ୍ବାର୍ଟ ଧରି ପଇଁତରା ମାରୁଛନ୍ତି ଆର୍ ପି ଏଫ୍ ଯବାନ।

ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ମନ୍ଦିରକୁ କଡାକଡ଼ି ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସେହିପରି ପୁରୀର ପ୍ରବେଶ ପଥ ପିପିଲି ଟୋଲ ଗେଟ ନିକଟରେ କଡାକଡ଼ି ଚେକିଂ କରୁଛି ପିପିଲି ପୋଲିସ । ପିପିଲି ଥାନା ଅଧିକାରୀ ସୋମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଥିବା ଟିମ୍ ପୁରୀକୁ ଆସୁଥିବା କାର ଓ ଯାନବାହାନକୁ କଡାକଡ଼ି ଚେକିଙ୍ଗ କରିବା ସହ ପଚାରଉଚରା କରୁଛି ।

ରାଜନଗର ସାମୁଦ୍ରିକ ଥାନା ମଧ୍ୟ ହାଇ ଆଲର୍ଟରେ ରହିଛି । ଥାନା ଅଧିକାରୀଙ୍କ ନେତୃତ୍ୱରେ ତାଳଚୁଆ ଫେରି ଘାଟରେ ଚେକିଂ କରାଯାଉଛି । ଏହି ଫେରିଘାଟ ମଧ୍ୟ ଦେଇ ଅନେକ ସମୟରେ ଅନୁପ୍ରବେଶକାରିମାନେ ପ୍ରବେଶ କରିବାର ନଜିର ରହିଛି । ଏହି ସ୍ଥାନଟି ଉପକୂଳବର୍ତ୍ତି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ସାନ୍ଦିଗ୍ଧ ପଶି ଆସିବାର ଆଶଙ୍କା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ମେରାଇନ ପୋଲିସ ତତ୍ପରତା ଦେଖାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+