ବିଜେଡିର ଲୋକସେବା ଭବନ ଘେରାଉ ନେଇ ସୁରକ୍ଷା କଡ଼ାକଡ଼ି; ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି
ବିଜେଡିର ଲୋକସେବା ଭବନ ଘେରାଉ ନେଇ ସୁରକ୍ଷା କଡ଼ାକଡ଼ି । ବିଧାନସଭା ଚତୁଃପାର୍ଶ୍ବରେ କମିଶନରେଟ୍ ପୋଲିସର ଛାଉଣି । ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଡ୍ରୋନ୍ । ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜନୀତି ଆରମ୍ଭ ହୋଇସାରିଥିବା ବେଳେ ଶାସକ - ବିରୋଧୀଙ୍କ କାଦୁଅଫିଙ୍ଗା ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି କରିଛି। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ସମସ୍ତେ ଏକାଠି ହୋଇଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ମଧ୍ୟ ହୋଇଛି। ହେଲେ, ସେମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିବା ଯୁବକଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି।

ସୌମ୍ୟାଶ୍ରୀଙ୍କୁ ମରଣମୁହଁରୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ଛାତ୍ର ଜଣକ ହେଉଛନ୍ତି ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ। ସେ ଗୁରୁତର ହୋଇ ଏବେ ଆଇସିୟୁରେ ଥିବା ଜଣାପଡିଛି। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ୧୫ ପ୍ରତିଶତ ପୋଡ଼ି ଯାଇଥିବା ଏସସିବି ଆଇସିୟୁ ୟୁନିଟର ମୁଖ୍ୟ କହିଛନ୍ତି।
ତେବେ ସେଦିନ କ'ଣ ଘଟିଥିଲା ସବୁ କହିଛନ୍ତି ଜ୍ୟୋତିପ୍ରକାଶ। ଜ୍ୟୋତିପ୍ରକାଶଙ୍କ କହିବାନୁସାରେ, ସେଦିନ ସେ ବିଜ୍ଞାନ ଭବନ ଆଡ଼େ ଯାଉଥିଲେ। ତାଙ୍କ ସାମ୍ନାରେ ସୌମ୍ୟାଶ୍ରୀ ଜଳିଯାଉଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ଭିତରେ ସାର୍ଟରେ ନିଆଁ ଲାଗିଯାଇଥିଲା। ନିଜ ସାର୍ଟ ଖୋଲି ସୌମ୍ୟାଶ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିଛି ସମୟ ଭିତରେ ପାଖରେ ଥିବା ଅନ୍ୟ ଛାତ୍ରୀଛାତ୍ର ଆସି ସାହାଯ୍ୟ କରିଥିଲେ। ପରେ ସେ ନିଜେ ପୋଡ଼ି ଯାଇଥିବା ଜାଣିଥିଲେ। ତାଙ୍କର ଜଣେ ମାମୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବୋଲି ଜ୍ୟୋତିପ୍ରକାଶ କହିଛନ୍ତି।












Click it and Unblock the Notifications