ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଏଣିକି ଦ୍ୱାର ଜଗିବେ ସେବାୟତ
ପୁରୀ: ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି । ନିକଟ ଅତୀତରେ ମଧ୍ୟ ଏଭଳି ଖବର ଆସିଛି । ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ଏକ ପଦକ୍ଷେପ ନେଇଛି । ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଶାସନ ।
୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବାବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ ସଂଧ୍ୟ।। ଆରତି ବେଳେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ୱାର ସମ୍ମୁଖରେ ମୁତୟନ ହେବେ । ପରବର୍ତ୍ତୀ ସମୟରେ ପୂରା ଦିନରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀ ସେବାୟତମାନଙ୍କୁ ମୁତୟନ କରାଯିବ ।
ପ୍ରତିହାରୀ ନିଯୋଗ ସଂପାଦକ ରାମନାରାୟଣ ଗୋଚ୍ଛିକାର କହିଛନ୍ତି, ପୂର୍ବରୁ ସିଂହଦ୍ୱାର ପ୍ରତିହାରୀ ସେବା ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା । କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା । ଏବେ ଏହି ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା ହୋଇଛି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତ ମାର୍ଚ୍ଚ ୪ ତାରିଖରେ ଶ୍ରୀମନ୍ଦିରରେ ପଶିଥିଲେ ଅଣହିନ୍ଦୁ । ଜଣେ କି ଦୁଇ ଜଣ ନୁହେଁ, ଜଣେ ହିନ୍ଦୁଙ୍କ ସହିତ ୪ ଜଣ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ ପଶି ଥିଲେ । ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଥିବା ଅଭିଯୋଗ ହୋଇଥିଲା ।
ସିଂହଦ୍ୱାର ଥାନା ପୁଲିସ୍ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶୀ ପାସ୍ପୋର୍ଟ ଜବତ କରି ଘଟଣାର ତଦନ୍ତ ଚଳାଇଥିଲା । ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ । ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ ।
ବାକି ୪ ଜଣ ଅଣ ହିନ୍ଦୁ । ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଥିଲେ । ଆଉ ଶ୍ରୀମନ୍ଦିରରୁ ବାହାରିଲା ବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଥିଲା ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ





Click it and Unblock the Notifications