ରଥ ଯାତ୍ରା ପାଇଁ ବଢ଼ିଲା ପୁରୀରେ ସୁରକ୍ଷା ବ୍ୟବସ୍ଥା ; ଏକାଠି ମକଡ୍ରିଲ କଲେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହୀନି

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ମକଡ୍ରିଲ। ଆଜି ପୁରୀରେ ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫ୍ ପକ୍ଷରୁ ମକଡ୍ରିଲ କରାଯାଇଛି। କୌଣସି ପ୍ରକାରର ଅଘଟଣ ଘଟିଲେ ତାର କିପରି ମୁକାବିଲା କରାଯିବ ସେନେଇ ଅଭ୍ୟାସ କରାଯାଇଛି।

rath jatra

ରଥଯାତ୍ରା ସମୟରେ ବଡ଼ ଦାଣ୍ଡରେ ଯଦି କୌଣସି ଭକ୍ତ ଅସୁସ୍ଥ ହୋଇପଡନ୍ତି ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା। ଏବଂ ଗ୍ରୀନ କରିଡର କରି କିଭଳି ଆମ୍ବୁଲାନ୍ସ ଯୋଗେ ମେଡିକାଲ ପହଂଚାଇବା ତାକୁ ନେଇ ମକଡ୍ରିଲ କରାଯାଇଛି।

ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରଥଯାତ୍ରା ସମୟରେ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ କିଭଳି ସମନ୍ବୟ ରଖି କାର୍ୟ୍ୟ କରାଯିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ। ଆଜି ବଡ଼ ଦାଣ୍ଡରେ ଅଗ୍ନିଶମ, ଏନଡିଆରଏଫ, ଓଡ୍ରାଫ୍, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ, ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଆଦି ବିଭାଗ ପକ୍ଷରୁ ସମ୍ମିଳିତ ମକଡ୍ରିଲ କରାଯାଇଛି। ଯାହାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସଙ୍କର ସ୍ବାଇଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+