କଟକରେ କାଳୀ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୬୪ ପ୍ଲାଟୁନ ପୋଲିସ ଫୋର୍ସ

କଟକ: କଟକରେ କାଳୀ ଭସାଣି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ସହରରେ ମୁତୟନ ହୋଇଛନ୍ତି ୬୪ ପ୍ଲାଟୁନ ପୋଲିସ ଫୋର୍ସ । ୪୦୦ ପୋଲିସ ଅଧିକାରୀ ସଜାଗ ଅଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ବିଶେଷ ବନ୍ଦୋବସ୍ତ କରିଛି କମିଶନରେଟ୍ ପୋଲିସ୍ । ତାପୂର୍ବରୁ ସହରର ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଗଳି କନ୍ଦିରେ ତନ୍ନତନ୍ନ କରି କରି ପଇଁତରା ମାରିଛନ୍ତି ସୁରକ୍ଷାକର୍ମୀ । ଗତକାଲି ରାତିରୁ ବିସର୍ଜନ ଆରମ୍ଭ ହୋଇଛି। କିଛି ମେଢ଼ ଦେବୀଗଡ଼ା କୃତ୍ରିମ ପୋଖରୀରେ ବିସର୍ଜନ କରାଯାଇଛି।

ଆଜି ଭସାଣି ଶୋଭାଯାତ୍ରାରେ କଟକ ସହରର ୭୦ ରୁ ଅଧିକ କାଳୀ ମେଢ଼ ସାମିଲ ହେବେ। ବିଶୃଙ୍ଖଳାକାରୀ, ଅପପ୍ରଚର କରୁଥିବା ଏବଂ ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଦୁର୍ଗାପୂଜାର ଭୁଲ୍ ଯେପରି କାଳୀପୂଜାରେ ପୁନରାବୃତ୍ତି ନହୁଏ ସେଥିପ୍ରତି ସଜାଗ ରହିଛି ପୋଲିସ । ଦୁର୍ଗାପୂଜା ଭସାଣ ସମୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଯୋଗୁଁ ସବୁ ଦିଗ ପ୍ରତି ଧ୍ୟାନ ଦେଉଛି ପୋଲିସ ।

security arrangements for Kali Bhasani in Cuttack 64 Platoon Police Force
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+