ଖୋର୍ଦ୍ଧା ସହରରେ ଧାରା 163 : ବିରୋଧ ପରେ ବ୍ୟବସାୟୀଙ୍କୁ 5 ଦିନର ମହଲତ ଦେଲା ପ୍ରଶାସନ

ଖୋର୍ଦ୍ଧା ଟାଉନରେ କ୍ୟାବିନ ଉଚ୍ଛେଦ ପାଇଁ ପ୍ରଶାସନ ସୋମବାରଭାରତୀୟ ନ୍ୟାୟ ସଂହିତା ଧାରା 163 ଲାଗୁ କରିଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ତେବେ ଆଲୋଚନା କରିବା ପରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ।

ସହର ଟ୍ରାଫିକ ଛକ, ବ୍ୟାଙ୍କ ଛକ, ମୁଖ୍ୟରାସ୍ତାଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଚ୍ଛେଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଟ୍ରାଫିକ ଛକରେ ଶହ ଶହ ସଂଖ୍ୟାରେ ବ୍ୟବସାୟୀଙ୍କ ସହ ପୌରାଧ୍ୟକ୍ଷା ଓ କାଉନସିଲରମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର, ନିର୍ବାହୀ ଅଧିକାରୀ ପୋଲିସ ଅଧିକାରୀ ଫୋର୍ସ ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବାବେଳେ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ ଓ ପାରେ ଉଚ୍ଛେଦ କରିବାକୁ ଦାବି ହୋଇଥିଲା ।

Section 163 in Khurda city

ଆସନ୍ତା 16ରୁ ପୁଣି ଉଚ୍ଛେଦ:

5 ଦିନ ପାଇଁ ସମୟ ଦେଇଛି ଜିଲ୍ଲା ପ୍ରଶାସନ। "ଆସନ୍ତା 15 ତାରିଖ ସୁଦ୍ଧା ଆବଣ୍ଟିତ ହୋଇଥିବା 166ଟି ଭେଣ୍ଡିଂ ଜୋନକୁ ସ୍ଥାନାନ୍ତର ସହ ପୌର ପ୍ରଶାସନ ସହ ଚୁକ୍ତିନାମା କରି ଅମାନତ ଦାଖଲ କରିବେ ଏବଂ ଆସନ୍ତା 16 ତାରିଖରୁ ଉଚ୍ଛେଦ କରାଯିବ" ବୋଲି କହିଛନ୍ତି ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ । ସେପଟେ ଖୋର୍ଦ୍ଧା ସହରରେ 500ରୁ ଉର୍ଦ୍ଧ୍ବ କ୍ୟାବିନ ରହିଥିବାବେଳେ ସେମାନଙ୍କୁ ଥଇଥାନ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 166ଟି ନୂତନ ଭେଣ୍ଡିଂ ଜୋନ କରାଯାଇଛି ଏବଂ ସେଠାରେ ବ୍ୟବସାୟୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିପରି ପର୍ଯ୍ୟାୟକ୍ରମେ ସମସ୍ତ ବ୍ୟବସାୟୀଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+