AIIMS ବର୍ଣ୍ଣ ୱାର୍ଡରେ ୧୬୩ ଧାରା ଲାଗୁ
ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ଫଳରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପକ୍ଷେ ଶନିବାର ରାତିରେ AIIMS ବର୍ଣ୍ଣ ୱାର୍ଡ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ AIIMS ବର୍ଣ୍ଣ ୱାର୍ଡ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରାଯାଇଛି ।

ଏପରିକି ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭାଜପା-ବିଜେଡି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଏପରିକି ବିରୋଧୀ ସରାକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି AIIMS ପରିସରରେ ୩ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ମ୍ସ ବର୍ଣ୍ଣ ସେଣ୍ଟର ଆଗରେ ବିଜେଡି ନେତା ଓ କର୍ମୀ ଧାରଣାରେ ବସିଥିଲେ । ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ରୁଦ୍ରପ୍ରତାପ ମହାରଥୀ, ଉମା ସାମନ୍ତରାୟ, ଇପ୍ସିତା ସାହୁ ପ୍ରମୁଖ ବିଳମ୍ବିତ ରାତି ଯାଏ ଧାରଣା ଦେଇଥିଲେ ।
ରାତି ୧୦ଟା ପରେ ପୁଲିସ୍ କମିଶନର ଏସ୍.ଦେବଦତ୍ତ ସିଂହ ଏମ୍ସ ହସ୍ପିଟାଲ୍ ପରିସରରେ ବିଏନ୍ଏସ୍ଏସ୍ ଦଫା ୧୬୩ (ଯାହା ପୂର୍ବରୁ ୧୪୪ ଥିଲା) ଜାରି କରିଥିଲେ । ଦଫା ୧୬୩ ଲାଗୁ ପରେ ହସ୍ପିଟାଲ୍ ପରିସରରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେନି । ପୁଲିସ୍ ୧୬୩ ଜାରି କରିବା ପରେ ସେଠାରେ ଉପସ୍ଥିତ ଥିବା ବିଜେଡି ନେତା ଓ କର୍ମୀଙ୍କୁ ପୁଲିସ ଉଠାଇ ନେଇଥିଲା । ଏହି ସମୟରେ ପୁଲିସ ସହ ଆନ୍ଦୋଳନକାରୀଙ୍କ ଧସ୍ତାଧସ୍ତି ହୋଇଥିଲା । ପୁଲିସ ବଳପ୍ରୟୋଗ କରି ଆମ ସ୍ୱର ଚପାଇବାକୁ ଚାହୁଁଛି ବୋଲି ବିଜେଡି ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ । ପୁଲିସ ବିଜେପି ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ମଧ୍ୟ ଏମ୍ସ ପରିସରରୁ ହଟାଉ ବୋଲି ବିଜେଡି ପକ୍ଷରୁ ଦାବି ହୋଇଥିଲା । ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ବିଜେଡି ଓ ବିଜେପି କର୍ମୀମାନେ ପରସ୍ପରର ଚରିତ୍ର ସଂହାର କରିବା ସହ ବ୍ୟକ୍ତିଗତ ଆକ୍ଷେପ କରିଥିଲେ । ଏପରିକି ପରସ୍ପରକୁ ଅଳିଆ ଫିଙ୍ଗାଫିଙ୍ଗି ହୋଇଥିଲେ । ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।
ଧାରଣାରୁ ହଟିଥିଲେ ବି ବିଜେଡି ସମର୍ଥକମାନେ ହସ୍ପିଟାଲ ପରିସରରୁ ବାହାରନଥିଲେ । ପୁଲିସ ଦୁଇଟି ଭ୍ୟାନ ଯୋଗେ ବହୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା । କିନ୍ତୁ ନେତାମାନେ ଏମ୍ସ ଛାଡ଼ିନଥିଲେ । ବର୍ଣ୍ଣ ୱାଡ୍ ପରିସରରେ ପୁଲିସ୍ ଲୁହା ବ୍ୟାରିକେଡ୍ ଲଗାଇଥିଲା । ଏମ୍ସ ପରିସରରେ ପୁଲିସ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ୩ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ପୁଲିସ ଅଧିକାରୀମାନେ ମାଇକ୍ ସହାୟତାରେ ହସ୍ପିଟାଲ ଭିତରୁ ଭିଡ଼ କମାଇବାକୁ ଅପିଲ୍ କରୁଥିଲେ ।












Click it and Unblock the Notifications