ରାତି ପାହିଲେ ନିର୍ବାଚନ ; ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁରରେ ୧୪୪ ଧାରା ଲାଗୁ
ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏଥି ପାଇଁ ସବୁଠାରେ ବଡ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ପୋଲିସ । ଆସନ୍ତାକାଲି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଭୋଟ ପୂର୍ବରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି।

୧୪୪ ଧାରା ଜାରି ହୋଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ପୁଲିସ ମୁଖ୍ୟ। କାଲି ମତଦାନ ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି। ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ୧୪୪ ଧାରା ଲାଗୁ ହୋଇଛି। କେତେକ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍ ଯବାନ ମୁତୟନ ରହିବେ ବୋଲି ସୂଚନା ମିଳିଛି।












Click it and Unblock the Notifications