ବରମୁଣ୍ଡା ISBTରେ 5T ସଚିବ, ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ଆଜି ସକାଳେ ସଚିବ (5 ଟି) ଭି.କେ ପାଣ୍ଡିଆନ ବରାମୁଣ୍ଡା ଠାରେ ଥିବା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ୍ (ISBT) ର ଅଗ୍ରଗତି ସମୀକ୍ଷା କରିଛନ୍ତି ।

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ ସଚିବ (5 ଟି) ଭି.କେ ପାଣ୍ଡିଆନ ବରାମୁଣ୍ଡା ଠାରେ ଥିବା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ୍ (ISBT) ର ଅଗ୍ରଗତି ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତରେ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ୨୦୨୨ ସୁଦ୍ଧା ଶେଷ ହେବ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ।

V K Pandian

ଖଣ୍ଡଗିରିରେ ଥିବା ବସ୍ ଡିପୋରେ ଏକାସଂଗେ ରହିପାରିବ ୩୦୦ ବସ୍ । ଏହାସହ କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ମଧ୍ୟ ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡକୋ କନଷ୍ଟ୍ରକ୍ସନ ସାଇଟରେ 5T ସଚିବ କାମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୀକ୍ଷା କରାଯାଇଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+