For Quick Alerts
Turn On Notification  
For Daily Alerts
Oneindia App Download

ବରମୁଣ୍ଡା ISBTରେ 5T ସଚିବ, ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ଆଜି ସକାଳେ ସଚିବ (5 ଟି) ଭି.କେ ପାଣ୍ଡିଆନ ବରାମୁଣ୍ଡା ଠାରେ ଥିବା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ୍ (ISBT) ର ଅଗ୍ରଗତି ସମୀକ୍ଷା କରିଛନ୍ତି ।

|

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳେ ସଚିବ (5 ଟି) ଭି.କେ ପାଣ୍ଡିଆନ ବରାମୁଣ୍ଡା ଠାରେ ଥିବା ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ୍ (ISBT) ର ଅଗ୍ରଗତି ସମୀକ୍ଷା କରିଛନ୍ତି । ତାଙ୍କର ଏହି ଗସ୍ତରେ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଉପସ୍ଥିତ ଥିଲେ । ୨୦୨୨ ସୁଦ୍ଧା ଶେଷ ହେବ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ । ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ।

V K Pandian

ଖଣ୍ଡଗିରିରେ ଥିବା ବସ୍ ଡିପୋରେ ଏକାସଂଗେ ରହିପାରିବ ୩୦୦ ବସ୍ । ଏହାସହ କେୟାର ହସ୍ପିଟାଲ ନିକଟରେ ବସ୍ତି ଅଞ୍ଚଳ ପାଇଁ ହେଉଥିବା ହାଉସିଂ ପ୍ରୋଜେକ୍ଟ କାମର ମଧ୍ୟ ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡକୋ କନଷ୍ଟ୍ରକ୍ସନ ସାଇଟରେ 5T ସଚିବ କାମ ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୀକ୍ଷା କରାଯାଇଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Secretary (5T) Sh V K Pandian visits ISBT Baramunda and important project sites in Bhubaneswar
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X