ଜିଲାକୁ ଜିଲା ବୁଲିବେ ସଚିବ ,ଗସ୍ତ ସମୟରେ ଯେକୌଣସି ସ୍ଥାନ କରିବେ ପରିଦର୍ଶନ...

ଭୁବନେଶ୍ୱର : ଏଣିକି ସବୁ ଜିଲା ବୁଲିବେ ସଚିବ। ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ। ଥିସହ ଅଙ୍ଗନବାଡି କର୍ମୀ ଓ ମେଡିକାଲରେ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବେ । ଆକାଂକ୍ଷୀ ଜିଲ୍ଲା ମଧ୍ୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ଅଧିକାରୀମାନେ । ତେବେ ପ୍ରତି ମାସରେ ନିର୍ଦ୍ଧାରିତ ଜିଲ୍ଲାକୁ ନିୟମିତ ଭାବେ ଗସ୍ତ କରିବେ ।

ଖୁବ୍‌ଶୀଘ୍ର ପୋର୍ଟାଲ କରାଯାଇ ପରିଦର୍ଶନ ରିପୋର୍ଟ ଅପଲୋଡ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ଯୋଜନା ଓ ସଂଯୋଜନ ବିଭାଗ । ତେବେ କେଉଁ ଅଧିକାରୀ କେଉଁ ଜିଲ୍ଲାକୁ ଯିବେ ସେନେଇ ତାଲିକା ଜାରି କରିଛି ବିଭାଗ । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ଅଗଷ୍ଟ ୨୪ତାରିଖରେ 'ପୁଣି ଜିଲ୍ଲା ଗସ୍ତରେ ଯିବେ ସଚିବ' ଶୀର୍ଷକ ଏକ ତଥ୍ୟଭିତ୍ତିକ ଖବର 'ଓଡ଼ିଶା ରିପୋର୍ଟର' ପ୍ରକାଶ କରିଥିଲା ।

Odisha Secretariat

ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଆଜି ସମସ୍ତ ବିଭାଗର ସଚିବ ଓ ଅନ୍ୟ ୮ଜଣ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ଚିଠି ଲେଖି ଜିଲ୍ଲା ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨-୩ଦିନର ଯୋଜନା ପ୍ରସ୍ତୁତ କରିବା ସହ ଅନ୍ୟ ୧୧ଟି ଦିଗ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି ।

ଚଳିତ ମାସ ପାଇଁ ଗୃହ ସଚିବ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା, ଦେଓରଞ୍ଜନ ସିଂହଙ୍କୁ ଅନୁଗୁଳ, ସୁରେନ୍ଦ୍ର କୁମାରଙ୍କୁ କଟକ, ଜି ମାଥିଭାଥାନନଙ୍କୁ କେନ୍ଦ୍ରାପଡ଼ା, ହେମନ୍ତ ଶର୍ମାଙ୍କୁ କେନ୍ଦୁଝର, ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି, ଚିତ୍ରା ଅରୁମୁଗମଙ୍କୁ କୋରାପୁଟ, ସୁଶୀଲ କୁମାର ଲୋହାନୀଙ୍କୁ କଳାହାଣ୍ଡି, ଅରବିନ୍ଦ କୁମାର ପାଢ଼ୀଙ୍କୁ ଖୋର୍ଦ୍ଧା, ଶାଶ୍ୱତ ମିଶ୍ରଙ୍କୁ ବରଗଡ଼, ବୀରବିକ୍ରମ ଯାଦବଙ୍କୁ ବଲାଙ୍ଗୀର, ବିଶାଳ ଦେବଙ୍କୁ ନୂଆପଡ଼ା, ଉଷା ପାଢ଼ୀଙ୍କୁ କନ୍ଧମାଳ, ସଞ୍ଜୟ କୁମାର ସିଂଙ୍କୁ ମୟୂରଭଞ୍ଜ, ସୁରେଶ କୁମାର ବଶିଷ୍ଠଙ୍କୁ ପୁରୀ, ଶୁଭା ଶର୍ମାଙ୍କୁ ଗଜପତି, ଭାସ୍କରଜ୍ୟୋତି ଶର୍ମାଙ୍କୁ ନବରଙ୍ଗପୁର,

ଶାଳିନୀ ପଣ୍ଡିତଙ୍କୁ ରାୟଗଡ଼ା, ଏସ.ଅଶ୍ୱଥିଙ୍କୁ ସୁନ୍ଦରଗଡ଼, ରାଜେଶ ପ୍ରଭାକର ପାଟିଲଙ୍କୁ ଦେବଗଡ଼, ଅରବିନ୍ଦ ଅଗ୍ରୱାଲଙ୍କୁ ସମ୍ବଲପୁର, ବଳବନ୍ତ ସିଂଙ୍କୁ ଗଞ୍ଜାମ, ଭୂପେନ୍ଦ୍ର ଏସ ପୁନିଆଙ୍କୁ ଝାରସୁଗୁଡ଼ା, ଯାମିନୀ ଷଡ଼ଙ୍ଗୀଙ୍କୁ ସୋନପୁର, ଗୁହା ପୁନମ ତାପସ କୁମାରଙ୍କୁ ଭଦ୍ରକ, ବିଜୟକେତନ ଉପାଧ୍ୟାୟଙ୍କୁ ବୌଦ୍ଧ, ପ୍ରଶାନ୍ତ କୁମାର ରେଡ୍ଡୀଙ୍କୁ ବାଲେଶ୍ୱର, ଏନ.ଥିରୁମାଳା ନାଏକଙ୍କୁ ନୟାଗଡ଼, ସୁଧାଂଶୁ ମୋହନ ସାମଲଙ୍କୁ ଢେଙ୍କାନାଳ ଓ ରଶ୍ମୀତା ପଣ୍ଡାଙ୍କୁ ଯାଜପୁର ଜିଲ୍ଲା ଆବଂଟିତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+