ଆସନ୍ତାକାଲିଠୁ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫର୍ମପୂରଣ
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସଂସ୍କୃତ ମଧ୍ୟମା ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ (ପ୍ରଥମ) ବାର୍ଷିକ ପରୀକ୍ଷା ନିମନ୍ତେ ଆସନ୍ତା ୮ ତାରିଖଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ । ମଧ୍ୟମା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅଫଲାଇନ ମାଧ୍ୟମରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ତରଫରୁ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟଠାରେ କରାଯିବ।

ସେହିଭଳି ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିବେ। ଫର୍ମପୂରଣ ପରେ ରୋଲ ସିଟ୍କୁ ପ୍ରଧାନ ଶିକ୍ଷକମାନେ ନିଜ ତତ୍ତ୍ୱାବଧାନରେ ରଖିବା ସହ ଏହାର ଏକ ନକଲ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟରେ ନଭେମ୍ୱର ୨୦ ତାରିଖ ସୁଦ୍ଧା ଦାଖଲ କରିବେ। ଏହି ସମସ୍ତ ଫର୍ମପୂରଣ ପ୍ରକ୍ରିୟା ନଭେମ୍ୱର ୧୮ ତାରିଖରେ ଶେଷ ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।












Click it and Unblock the Notifications