ଆଜି ବସିବ ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ; ଦିନ ୧୧ଟାରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଆଜି ବସିବ ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ । ଦିନ ୧୧ଟାରେ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ହେବ ବିସ୍ତୃତ ଆଲୋଚନା । ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ ।

Second Rath Yatra coordination meeting

ଆସନ୍ତା ଜୁନ 11ରେ ଦେବସ୍ନାନ ପୂର୍ଣ୍ଣିମା । ପୋଲିସ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥର ଦେବସ୍ନାନ ପୂର୍ଣ୍ଣିମାରେ ମୋଟ 70 ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ଵରେ ରହିବେ । ସୋସିଆଲ ମିଡ଼ିଆରେ ଟ୍ରାଫିକ ବ୍ୟବସ୍ଥା ନେଇ ସୂଚନା ଦେଲା ପୁରୀ ପୋଲିସ ।

ପୁରୀ ପୋଲିସ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା -2025 ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା - 2025 ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରେ ଶ୍ରୀମନ୍ଦିର ଭିତର ଓ ବାହାର, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ୍ ଓ ଅଫିସର ନିଯୁକ୍ତ କରାଯାଇଛି ।

ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲ୍ପ ଡେସ୍କ

ଅକ୍ଷୟା ତୃତୀୟ ଦିନରୁ ମହିଳାଙ୍କୁ ସହଯୋଗ କରିବା ପାଇଁ ପୁରୀ ପୋଲିସ ତରଫରୁ ଏକ ପିଙ୍କି ହେଲ୍ପ ଡେସ୍କ ଉତ୍ତର ଦ୍ୱାର ଠାରେ କରାଯାଇଥିଲା। ଏବେ ସୁଧା 198 ଜଣ ମହିଳା ଶ୍ରଦ୍ଧାଳୁ ସେଠାରେ ଅଭିଯୋଗ ଜଣାଇଥିଲେ। ପୁରୀ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କୁ ପିଙ୍କି ହେଲ୍ପ ଡେସ୍କ ମାଧ୍ୟମରେ ଯୋଗାଯୋଗ କରି ସମାଧାନ କରାଯାଇଛି। ପୁରୀ ପୋଲିସ ଏହି ପବିତ୍ର ସ୍ନାନଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।

କେଉଁଠି କେତେ ପୋଲିସ ମୁତୟନ ?
ଶ୍ରୀମନ୍ଦିର ଭିତରେ ଜଣେ କମାଣ୍ଡାଣ୍ଟ, 6 ଜଣ ଅତିରିକ୍ତ ଏସ୍ପି, 13 ଡିଏସ୍ପି, 27 ଇନ୍ସପେକ୍ଟର , 105 ଏସଆଇ/ଏଏସଆଇ , 122 କନେଷ୍ଟବଲ , 84 ହୋମଗାର୍ଡ ସହ 34 Platoon ଫୋର୍ସ ନିଯୁକ୍ତ କରାଯାଇଛି। ସେହିପରି ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ 2 କମାଣ୍ଡାଣ୍ଟ/ଏସ୍ପି , 5 ଅତିରିକ୍ତ ଏସ୍ପି , 8 ଡିଏସପି, 08 ଇନ୍ସପେକ୍ଟର, 26 SI/ASI , 109 ହୋମ ଗାର୍ଡ , 50 କନେଷ୍ଟବଲ, 24 ପ୍ଲାଟୁନ୍ ଓ 1 Section ଫୋର୍ସ ମୁତୟନ ହେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+