For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା : ଟିକାକରଣରେ 95 % ସଫଳତା ହାତେଇଛି ଓଡ଼ିଶା

ଆଜି ପୁଣି ରାଜ୍ୟରେ ଆସି ପହଞ୍ଚିବ 2ୟ ପର୍ଯ୍ୟାୟ କୋଭିସିଲ୍ଡି ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ କରୋନା ଟିକା ।

|

ଭୁବନେଶ୍ୱର: ମହାମାରୀ ସଙ୍ଗେ ଜାରି ରହିଛି ମହାଲଢେଇ । ତୃତୀୟ ଦିନରେ ଟିକା ନେଉଛି ସାରା ଓଡିଶା । ଇତିମଧ୍ୟରେ ଆଜି ପୁଣି ରାଜ୍ୟରେ ଆସି ପହଞ୍ଚିବ 2ୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ କରୋନା ଟିକା । ସ୍ପାଇସ୍ ଜେଟ୍ ଏୟାରଲାଇନ୍ସର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଆସିବ କୋଭିସିଲ୍ଡ । ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ ଆସିବାର ଯୋଜନା ରହିଛି । ଏଠାରେ ସୂଚନାଥାଉକି, ଓଡ଼ିଶାରେ ରେକର୍ଡ ସଂଖ୍ୟକ 95 ଶତକଡା ବ୍ୟକ୍ତିଙ୍କୁ କରୋନା ଟିକା ସଫଳତାର ସହ ଦିଆଯାଇଛି । ଯେଉଁଥିରେ 30 ହଜାର 161 ଜଣ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।

Covisild

୩ ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ପୂର୍ବରୁ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟରୁ ରାଜ୍ୟକୁ ୪ ଲକ୍ଷ ୮ ହଜାର କୋଭିସିଲ୍ଡ ଟିକା ଆସିଥିଲା । ଦ୍ୱିତୀୟ ଦଫା କରୋନା ଟିକା ପହଞ୍ଚିବା ପରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ଟିକାକରଣ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।

ତୃତୀୟ ଦିନରେ ଆଜି ୧୯୨ଟି ସେସନ ହେବାର ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ୯୨ ଟି ସେସନ, ୨୧ ତାରିଖରେ ୪୩୬, ୨୨ରେ ୧୪୧, ୨୩ରେ ୧୭୮ ଏବଂ ୨୫ ତାରିଖରେ ୨୭୯ ଟି ସେସନ ହେବ । ଏହିପରି ଭାବରେ ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍‌ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
second phase of the Corona vaccine will reach Odisha today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X