ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଗୃହରେ ଭାଇରାଲ ଅଡିଓ ତାତି
ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଅଡିଓ ପ୍ରସଙ୍ଗ । ଭାଇରାଲ ଅଡ଼ିଓକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ ।
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଭାଇରାଲ ଅଡିଓ ପ୍ରସଙ୍ଗ । ଭାଇରାଲ ଅଡ଼ିଓକୁ ନେଇ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବ୍ୟୋମକେଶ ରାୟ । ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପ୍ରଦୀପ୍ତ । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ସେପଟେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନର ଜବାବ ଗୃହରେ ରଖିଛନ୍ତି ଚାନ୍ଦବାଲି ବିଧାୟକ । ବ୍ୟୋମକେଶ କହିଛନ୍ତି, ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା । ଉକ୍ତ ଏଏସଆଇ ଜଣକ ଗରିବ ଲୋକଙ୍କୁ ହଇରାଣ କରୁଥିବାରୁ ମୁଁ ତାଙ୍କୁ ଫୋନ୍ କରିଥିଲି । ଟଙ୍କା ଆଦାୟ ସହ ଲୋକଙ୍କୁ ହଇରାଣ କରୁଥିବାରୁ ଆଇନ ତା ବାଟରେ ଯିବ ବୋଲି କହିଥିଲି । ମୋର ଅଡିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି ।
ଅନ୍ୟପଟେ ପ୍ରଶ୍ନକାଳରେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଦ୍ୟାଳୟ ଗଣଶିକ୍ଷା, ଉଚ୍ଚଶିକ୍ଷା ଓ କୃଷିମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି । ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସ୍କୁଲ ମାନଙ୍କରେ ବିଜ୍ଞାନଗାର ଖୋଲିବା, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫-୧୬ ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନ ଘର ନିର୍ମାଣ ପାଇଁ ୫୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।












Click it and Unblock the Notifications