ବିଧାନସଭା: ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ପୁଣି ନବ ଦାସ ଝଡ଼, ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଆରମ୍ଭରୁ ପୁଣି ଗୃହରେ ଦେଖିବାକୁ ମିଳିଛି ନବ ଦାସ ହତ୍ୟାକାଣ୍ଡ ଝଡ଼ । ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଯାହା ଫଳରେ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହକୁ ମୁଲତବି କରିଥିଲେ ବାଚସ୍ପତି ।

Odisha Assembly

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆରମ୍ଭରୁ ପୁଣି ଗୃହରେ ଦେଖିବାକୁ ମିଳିଛି ନବ ଦାସ ହତ୍ୟାକାଣ୍ଡ ଝଡ଼ । ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଯାହା ଫଳରେ ପ୍ରଥମେ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହକୁ ମୁଲତବି କରିଥିଲେ ବାଚସ୍ପତି । ପରେ ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ବି ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ।

ନବ ଦାସ ହତ୍ୟା ମାମଲାରେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଯାହାଫଳରେ ଶୂନ୍ୟକାଳ ମଧ୍ୟ ଠିକ୍ ସେ ଚାଲିପାରି ନଥିଲା । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ।

ଉଲ୍ଲେଖଥାଉ କି, ଆଡିଠୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ 6 ଯାଏଁ ଚାଲିବ । ତେବେ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଭଳି ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ବିରୋଧୀ ଦଳ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+