ଚଳଚଞ୍ଚଳ ଶୈବପୀଠ; ଶ୍ରାବଣର ଦ୍ଵିତୀୟ ସୋମବାରରେ ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ
ଶ୍ରାବଣ ମାସର ଆଜି ଦ୍ଵିତୀୟ ସୋମବାର। ଶୈବପୀଠରେ ଲାଗି ରହିଛି କାଉଡିଆଙ୍କ ଭିଡ଼। ପ୍ରବଳ ବର୍ଷାରେ ଲମ୍ଵା ଲାଇନରେ ଛିଡ଼ା ହୋଇ ଭଗବାନଙ୍କୁ ଜଳଲାଗି କରୁଛନ୍ତି ଭକ୍ତ। କାଉଡିଆଙ୍କ ଜଳଲାଗି ପାଇଁ ସମସ୍ତ ଶୈବପୀଠ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସାଧାରଣ ଦର୍ଶନ ସହ କିପରି କାଉଡିଆ ମାନେ ସୁରୁଖୁରରେ ଜଳଲାଗି କରିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ମନ୍ଦିର ପ୍ରଶାସନ। ଯେଉଁଥିପାଇଁ କାଉଡିଆମାନେ ମଧ୍ୟ ଭଲରେ ଭଲରେ ଠାକୁରଙ୍କ ପାଖରେ ପହଞ୍ଚିପାରିବେ। ରାସ୍ତାଘାଟ ବୋଲ ବମ୍ ଧ୍ୱନିରେ ପ୍ରକମ୍ପିତ ହେଉଛି।

ସେହିଭଳି ଉତ୍ତର ପ୍ରଦେଶର ମେରଟ ଠାରେ ବିଦ୍ୟୁତ୍ ତାର ସେମାନଙ୍କ ଉପରକୁ ଛିଡି ପଡିଥିଲା । ଫଳରେ ୬ଜଣ କାଉଡିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ ।












Click it and Unblock the Notifications