Get Updates
Get notified of breaking news, exclusive insights, and must-see stories!

ପଞ୍ଚୁକର ଦ୍ୱିତୀୟ ଦିନ: ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀ ବଡଦାଣ୍ଡ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ପୁରୀରେ ହେଉଛି। ଏବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ନୂଆ ଦର୍ଶନ ବ୍ୟବସ୍ଥା।

ପଞ୍ଚୁକରେ କାଳିଆ ଦର୍ଶନ ନିମନ୍ତେ ପୁରୀରେ ଅସମ୍ଭବ ଭିଡ଼ ଲାଗି ରହିଛି। ଏହି ସୟମୟରେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏଥିସହ ପୁରୀରେ ପ୍ରାୟ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଧାଡ଼ି ମାଧ୍ୟମରେ ପ୍ରବେଶ ସୁଯୋଗ ମିଳୁଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଯୋଗୁଁ ନାକେଦମ୍ ହେଉଛି ପୁଲିସ ପ୍ରଶାସନ।

Second day of Panchuka

ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବ ପୁଷ୍ପାଳକ ସେବକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥିଲେ । ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏହି ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଚର୍ମଚକ୍ଷୁରେ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ।

ପୁରୀରେ ଅସମ୍ଭବ ଭିଡ଼ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ୍‌ ପ୍ରାଥମିକତା ଦେଉଛି । କାର୍ତ୍ତିକ ମାସ ପରେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢୀ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉଛି ଆମ ପ୍ରଥମ କର୍ତ୍ତବ୍ୟ। ସମସ୍ତଙ୍କ ସହଯୋଗରେ ଭକ୍ତମାନେ କିପରି ଦର୍ଶନ ପାଇପାରିବେ ତାହାକୁ ପ୍ରାଥମିକତା ଦିଆଯାଉଛି। କାର୍ତ୍ତିକ ମାସ ପରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । କାର୍ତ୍ତିକ ମାସ ପରେ ନୂଆ ପରିଚାଳନା କମିଟି ଗଠିତ ହେବ । ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହାକୁ ଲାଗୁ କରାଯିବ । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି। କାର୍ତ୍ତିକ ମାସ ପରେ ହିଁ ତାହାକୁ ଲାଗୁ କରାଯିବ । ନୂଆ ପରିଚାଳନା କମିଟି ଗଠନ ହେଲା ପରେ ନୂଆ ପ୍ରକାର ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା କରି ବ୍ୟବସ୍ଥା କରାଯିବ । ଫଳରେ ଭକ୍ତମାନେ ଆହୁରି ଭଲ ଭାବେ କାଳିଆ ଦର୍ଶନ କରି ପାରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+