ଏବେ ବି ନିଖୋଜ ୩ ମତ୍ସ୍ୟଜୀଵୀ: କାଲିଠୁ ମିଳୁନି ପତ୍ତା, ଜାରି ରହିଛି ଅପରେସନ

ଏଯାଏଁ ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇନାହିଁ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ହେଲେ ଏଯାଏଁ କିଛି ଖୋଜ ଖବର ମିଳିନାହିଁ ।

ମତ୍ସ୍ୟଜୀବୀମାନେ ମାଛଧରି ଫେରୁଥିବାବେଳେ ମୁହାଣରେ ଡଙ୍ଗା ଓଲଟି ପଡିଥିଲା । ମୁହାଣରେ ବୋଟ୍ ଓଲଟି ପଡିବାରୁ ୮ଜଣ ମତ୍ସ୍ୟଜୀବୀ ବୁଡ଼ିଗଲେ । ସେଥିରୁ ୫ ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଖୋଜା ଚାଲିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍ ।

ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବାସୁଲେଇ-୨ ମାଛ ଧରା ବୋଟ ବୁଡିଯାଇଥିଲା । ଗଭୀର ସମୁଦ୍ରରୁ ମାଛ ଧରି ଫେରୁଥିବା ସମୟରେ ସମୁଦ୍ର ମୁହଁ ପୋତି ହୋଇଥିବାରୁ ବୋଟ ସମୁଦ୍ର ମୁହାଁଣରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ସାମୁଦ୍ରିକ ଥାନାର କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

paradeep

ଚଳିତ ଜାନୁଆରୀରେ ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ହୋଇଥିଲା । ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଥିଲା।

ପାରାଦୀପରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ଘଟଣାରେ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। କୋଷ୍ଟଗାର୍ଡ ହେଲିକପ୍‌ଟର୍‌ରେ ସର୍ଚ୍ଚ ଅପରେସନ୍ ସତ୍ତ୍ୱେ ୩ ନିଖୋଜ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+