କାକିନାଡ଼ାରେ ଅଶାନ୍ତ ହେଲାଣି ସମୁଦ୍ର, ଉଚ୍ଚ ଉଚ୍ଚ ଜୁଆର ଧୋଗଲ ବେଳାଭୂମି
ମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି 'ମୋନ୍ଥା'। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି 'ମୋନ୍ଥା'। ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ 'ମୋନ୍ଥା'। ଏହା ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ। ଲ୍ୟାଣ୍ଡଫଲ୍ ପୂର୍ବରୁ କାକିନାଡ଼ା ବେଳାଭୂମି ରାସ୍ତା ଧେଶଇହୋଇଯାଇଛି। ମୋନ୍ଥା ପ୍ରଭାବରେ କାକିନାଡ଼ାରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଉଚ୍ଚ ଉଚ୍ଚ ଜୁଆର ସହ ପବନର ବେଗ ବଢୁଛି। ବେଳାଭୂମି ରାସ୍ତା ଉପରକୁ ମାଡ଼ି ଆସୁଛି ସମୁଦ୍ର ପାଣି। ଫଳରେ ୮ କିମିର କାକିନାଡ଼ା ଓ ଉପପଡ଼ା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି।













Click it and Unblock the Notifications