ସୌରିନଙ୍କ ନାଁରେ NBW ଜାରି କଲେ SDJM କୋର୍ଟ, ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି
କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଯୌନ ନିର୍ଯାତନା ମାମଲା ।ସୌରିନଙ୍କ ନାଁରେ NBW ଜାରି କଲେ SDJM କୋର୍ଟ । ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! ଯେ କୌଣସି ସମୟରେ ସେ ଗିରଫ ହୋଇପାରନ୍ତି । NBW ଜାରି ପାଇଁ ଆବେଦନ କରିଥିଲା କମିଶନରେଟ୍ ପୋଲିସ ।
ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ NBW ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ । ସୌରିନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି ।
ସୌରୀନ ଭଟ୍ଟ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇଥିଲେ । ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ । ହେଲେ ଅନ୍ତରଙ୍ଗ ଫୋଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇଥିଲେ ସୌରିନ। ଏହା ସହ ସେ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୁଲିସ ଦାଖଲ କରିଥିବା କେଶ ଡ଼ାଇରୀରୁ ସ୍ପଷ୍ଟ ହୋଇଛି ।

ଗତ ଜୁନ୍ ୧୨ ତାରିଖରେ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନ ଭଟ୍ଟଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ପ୍ରତିଷ୍ଠିତ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ସୌରିନ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ । ସୌରିନ ଟଙ୍କା ନେଇ ଫେରାଉ ନଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ ହାଇକୋର୍ଟ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications