ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍: ସୁନ୍ଦରଗଡ଼ରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି

ଭୁବନେଶ୍ୱର : ଟେନସନ୍ ଦେଉଛି ସ୍କ୍ରବ ଟାଇଫସ୍ । କମୁନି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ବଢ଼ୁଛି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡରେ ଏହି ରୋଗ ବଢ଼ିବାକୁ ଲାଗିଛି । ରାଜ୍ୟର ବାକି ଜିଲ୍ଲା ଅପେକ୍ଷା ସୁନ୍ଦରଗଡରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି ।

ଜାନୁଆରୀ ମାସ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟିପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ ।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ । ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସର୍ବସାଧାରଣ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଛି ।

ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହେଉଛନ୍ତି । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ । କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପ‌ରେ କଳା ପଡ଼ିଯାଏ । ପରେ ପରେ ରୋଗୀ ଜ୍ବରରେ ପଡ଼େ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ ସମୟରେ ପରୀକ୍ଷା କରି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି କହିଛନ୍ତି ଡାକ୍ତର ।

scrup_typhus

ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଙ୍ଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଯାଇଛି । ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ମହାମାରୀ ବିଶେଷଜ୍ଞଙ୍କୁ ମଧ୍ୟ ଉଭୟ ସୁନ୍ଦରଗଡ ଓ ବରଗଡ ଜିଲ୍ଲାକୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+