ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ: ବଦଳିଲା ୪ ଜିଲ୍ଲାର ସ୍କୁଲ ସମୟ

Odisha Weather: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ତ ଖରାକୁ ନଜରରେ ରଖି ୪ ଜିଲ୍ଲା ସ୍କୁଲର ସମୟ ବଦଳାଯାଇଛି । ଅନୁଗୁଳ, ସୁନ୍ଦରଗଡ଼, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାର ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୭ ବଦଳରେ ୬.୩୦ରୁ ପାଠପଢା ଆରମ୍ଭ ହେବ । ଏନେଇ ୪ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ।

Odisha School

ସୂଚନାଅନୁସାରେ, ପୂର୍ବରୁ ଏହି ସମସ୍ତ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ପାଠପଢା ହେଉଥିଲା ହେଲେ ବର୍ତ୍ତମାନ ଏହି ସକାଳ ୬.୩୦ରୁ ସାଢେ ୧୦ ପର୍ଯ୍ୟନ୍ତ ପାଠପଢା ଜାରି ରହିବା ନେଇ ସୂଚନା ରହିଛି । ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଜି ଅନୁଗୁଳରେ ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୮ ଏବଂ ଫୁସବାଣୀରେ ୪୧.୧ ଡିଗ୍ରୀ ସେଲସିଏସ୍ ତାପମାତ୍ରା ରେକର୍ଡ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+