ବଲାଙ୍ଗିର ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଆରୋହୀ ମୃତ
ବଲାଙ୍ଗିର:ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ମୃତ । ପାଟଣାଗଡ଼ ତମିଆ ଛକ ନିକଟରେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ଦୁର୍ଘଟଣା ସମୟରେ ଗାଡ଼ିରେ ନ ଥିଲେ ବୋଲି କହିଛନ୍ତି ସାଂସଦ ନିରଞ୍ଜନ ବିଶି । ଡ୍ରାଇଭର୍ ଗାଡ଼ି ଚଳାଇ ଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ବଲାଙ୍ଗିର ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ପାଟଣାଗଡ଼ ତମିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ଗାଡ଼ି ସ୍କୁଟିକୁ ପିଟିବା ପରେ ପ୍ରାୟ 2 ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ସେପଟେ ଦୁର୍ଘଟଣା ସମୟରେ ଗାଡ଼ିରେ ନ ଥିଲେ ବୋଲି କହିଲେ ସାଂସଦ ନିରଞ୍ଜନ ବିଶି । ସେ ଆହୁରି କହିଛନ୍ତି, ସେ ନିଜେ ଘଟଣାସ୍ଥଳକୁ ଯିବେ ଏବଂ ମୃତକଙ୍କ ପରିବାରକୁ ଭେଟିବା ସହ ଯଥା ସମ୍ଭାବ ସାହାଯ୍ୟ କରିବେ । ସେହିପରି ସେ ନିଜ ଡ୍ରାଇଭରର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି ।












Click it and Unblock the Notifications