ରବିବାରରେ ବି ଖୋଲିଲା ସ୍କୁଲ୍‌, ଆସିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟୀତ୍ରୀ

କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିଥିବା ବେଳେ ପୂର୍ବନିର୍ଦ୍ଧାରିତ ଗାଇଡଲାଇନ ଅନୁଯାଇ ରବିବାର ସ୍କୁଲରେ ପାଠପଢା ହୋଇଛି ।

ଭୁବନେଶ୍ୱର: କରୋନା ବଦାଳାଇ ଦେଲା ଶିକ୍ଷା ବ୍ୟବସ୍ଥାର ଚିତ୍ର । ରବିବାର ବି ଖୋଲିଲା ସ୍କୁଲ । ହେଲା ପାଠପଢା । ଆସିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟୀତ୍ରୀ । କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ସ୍କୁଲ ଖୋଲିଥିବା ବେଳେ ପୂର୍ବନିର୍ଦ୍ଧାରିତ ଗାଇଡଲାଇନ ଅନୁଯାଇ ରବିବାର ସ୍କୁଲରେ ପାଠପଢା ହୋଇଛି ।

ତେବେ ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। ସ୍କୁଲରେ ଠିକ ଭାବରେ ଏସଓପି ପାଳନ ହେଉଛି କି ନାହିଁ ଏନେଇ ତଦାରଖ କରୁଛନ୍ତି ଜିଲ୍ଲା ଏବଂ ବ୍ଳକ ଶିକ୍ଷା ଅଧିକାରୀ। ସଂପୂର୍ଣ୍ଣ ଭୁବନେଶ୍ୱର କୁ ୨୬ କ୍ଳଷ୍ଟର କରାଯାଇଛି। ଗୋଟିଏ କ୍ଳଷ୍ଟର ରେ ୧୦ ଟି ସ୍କୁଲ ରହିଛି। ଏଥିପାଇଁ ୨୬ ଟି ବାଇକ ଟିମ ଗଠନ କରାଯାଇଛି ।

School

ଅନ୍ୟପକ୍ଷେ, ସ୍କୁଲ୍‌ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।

ସେପଟେ ଯୁକ୍ତ ଦୁଇ କଲେଜରେ ଚାଲୁରହିଛି ପାଠପଢା। ସବୁଦିନ ଭଳି ରବିବାର ଉପସ୍ଥାନ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି। ଆସନ୍ତା କାଲି ଯୁକ୍ତ ତିନି ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବାକୁ ଥିବାବେଳେ ଏଥିପାଇଁ ଶେଷ ହୋଇଛି ପ୍ରସ୍ତୁତି ପ୍ରକ୍ରିୟା । କଲେଜକୁ ସାନିଟାଇଜ କରାଯିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+