ବାତ୍ୟା ସମୟରେ ଛୁଟି ହୋଇପାରେ ସ୍କୁଲ ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଗଣଶିକ୍ଷା ବିଭାଗ ଦେଲା ନିର୍ଦ୍ଦେଶ
ବାତ୍ୟା ସମୟରେ ଛୁଟି ହେଇପାରେ ବିଦ୍ୟାଳୟ । ବର୍ଷା ପବନକୁ ଦେଖି ସ୍କୁଲ ଛୁଟି ଘୋଷଣା କରିବେ ଜିଲ୍ଲାପାଳ । ତେବେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳଙ୍କୁ କ୍ଷମତା ଦେଇଛନ୍ତି ସରକାର । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗଣଶିକ୍ଷା ମନ୍ତ୍ରୀଙ୍କ କହିବା ମୁତାବକ, ଆବଶ୍ୟକସ୍ଥଳେ ସ୍କୁଲଗୁଡିକୁ ବାତ୍ୟା ଆଶ୍ରୟସ୍ଥଳୀ କରାଯିବ । ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବାତ୍ୟା ଦାନା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ ରହିବ ବୋଲି ଆଇଏମଡି ଆକଳନ କରିଛି । ତେବେ କେଉଁ ଜିଲ୍ଲାରେ କେତେ ବେଗରେ ପବନ ହେବ ସେନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିବ। ସ୍ଥଳ ବିଶେଷରେ ଏହା ୧୨୦ କିମି ଛୁଇଁପାରେ ବୋଲି ଆକଳନ କରାଯାଇଛି। ତେଣୁ ଏସବୁ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରଛି ପାଣିପାଗ ବିଭାଗ। ସେହିପରି ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୬୦ରୁ ୯୦ କିଲୋମିଟର ବେଗରେ ପବନ ବହିବ। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୫୦ରୁ ୬୦ କିମି ପବନ ବହିବାକୁ ଥିବା ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, ବୌଦ୍ଧ, ନୟାଗଡ଼, ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାକି ଜିଲ୍ଲା ପାଇଁ କୌଣସି ସତର୍କତା ଜାରି କରାଯାଇନାହିଁ।












Click it and Unblock the Notifications