ସରକାରଙ୍କ ବଡ଼ ଘୋଷଣା,୨୦ରେ ଭୁବନେଶ୍ବର କଟକରେ ସ୍କୁଲ ଛୁଟି

ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ଓ କଟକରେ ବନ୍ଦ ରହିବ ସମସ୍ତ ସ୍କୁଲ। ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଧ୍ୟାନରେ ରଖି ଭୁବନେଶ୍ବର ଓ କଟକ ମହାନଗର ସ୍ଥିତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିଶାଳ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖିରେ ସବୁ ସ୍କୁଲ ବନ୍ଦ ରଖିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।

ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବର ଆସିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କର ଗସ୍ତରେ ରୋଡ ସୋ' ଏବଂ ଜନତା ମଇଦାନରେ ଜନସଭାକୁ ସମ୍ବୋଧିତ କରିବା ଆକର୍ଷଣୀୟ ହେବ।

Schools in Bhubaneswar and Cuttack to Remain Closed on June 20

ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ବର ପୁଣି ଥରେ ଜନସମୁଦ୍ର ପାଲଟିବ। ରାଜ୍ୟର କୋଣଅଣୁକୋଣରୁ ଲୋକେ ଆସିବେ। ସମ୍ଭାବିତ ଭିଡ଼ ଯୋଗୁଁ ସ୍କୁଲ ପିଲାମାନେ ଟ୍ରାଫିକ୍‌ଜନିତ ସମସ୍ୟାର ସାମ୍ନା କରିବାର ଆଶଙ୍କା କରି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ବର ଓ କଟକ ମହାନଗର ନିଗମ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+