ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ ବନ୍ଦ

ବର୍ଷା ପାଇଁ ମୟୂରଭଞ୍ଜରେ ସ୍କୁଲ ବନ୍ଦ । ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ବନ୍ଦ । ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ଆଜି ରେଡ୍ ୱାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ ।

Schools closed in Mayurbhanj due to rain

ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଜି ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ ଲଘୁଚାପ । ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜକୁ ରେଡ଼ ଆଲର୍ଟ ଜାରି ହୋଇଛି । ୨୮ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+