For Quick Alerts
Turn On Notification  
For Daily Alerts
Oneindia App Download

କରୋନା ନୂଆ ଷ୍ଟ୍ରେନକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ

ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେବା ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ଏବେ ବିଭାଗ ସଜାଗ ହୋଇଉଛି ।

|

ଭୁବନେଶ୍ୱର: ଦେଶରେ ପୁଣି କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଲାଣି । ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତା ବଢାଇ ଦେଇଛି । ତେବେ ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନାର ନୂଆ ଷ୍ଟ୍ରେନ ଦେଖା ଦେବା ପରେ ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ଏବେ ବିଭାଗ ସଜାଗ ହୋଇଉଛି ।

Samir Ranjan Dash

ସବୁ ସ୍କୁଲରେ କଡ଼ାକଡ଼ି ଭାବେ ଏସ୍‌ଓପି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅନ୍ୟରାଜ୍ୟରେ ଲକଡାଉନ ଫେରିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଓଡ଼ିଶାରେ ସେମିତି ସ୍ଥିତି ଆସିନି । ଅବସ୍ଥା ଦେଖି ବ୍ୟବସ୍ଥା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Schools and Mass Education Minister Samir Ranjan Dash on Corona new Strain
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X