ଆହୁରି ଦୁଇଦିନ ସ୍କୁଲ-କଲେଜ ରହିବ ବନ୍ଦ

ବାଲେଶ୍ୱର: ବାଲେଶ୍ୱରରେ ଦୁଇ ଗୋଷ୍ଠି ସଂଘର୍ଷ ଘଟଣାକୁ ଦୁଇ ଦିନ ବିତିଛି । ବାଲେଶ୍ୱର ଟାଉନ ଥାନା ଅଞ୍ଚଳର ଭୁଜାଖିଆ ପିର-ଚାନ୍ଦିପୁର ରାସ୍ତା ପାର୍ଶ୍ୱରେ ରକ୍ତ ଭଳିଆ ଦେଖାଯାଉଥିବା ନାଲି ରଙ୍ଗର ପାଣି ପ୍ରବାହିତ ହେଉଥିଲା ଆଉ ସେହି ନାଳରେ ପ୍ରବାହିତ ଲାଲ୍ ରଙ୍ଗର ପାଣିକୁ ନେଇ ସୋମବାର ସକାଳ ୧୦ଟା ବେଳେ ଘଟିଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଢେଲାପଥର ମାଡ଼ ପରେ ବାଲେଶ୍ୱର ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ପୋଲିସ ୧୪୪ଧାରା ଜାରି କରିଥିଲା ।

ରାତି ପ୍ରାୟ ୧୧ଟା ବେଳେ ଟାଉନ ଥାନାକୁ ଉଭୟ ଗୋଷ୍ଠୀ ଲିଖିତ ଅଭିଯୋଗ ଦେବାକୁ ଯାଇଥିଲେ । ସେଠାରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ପରେ ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ । ପୋଲିସର ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀ ଥାନାରୁ ପଳାଇ ଆସିଥିଲେ । ପରେ ମଧ୍ୟରାତ୍ରରେ ସୋଏଲପୁରସ୍ଥିତ ମସ୍‌ଜିଦ୍ ଓ ପାତ୍ରପଡାସ୍ଥିତ ମସ୍‌ଜିଦ୍‌ରେ ଗୋଟିଏ ଗୋଷ୍ଠୀ ପଶି ଭଙ୍ଗାରୁଜା କରିଥିଲେ । ଉକ୍ତ ଗଣ୍ଡଗୋଳକୁ ନେଇ ଟାଉନ ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି ।

school closed

୧୪୪ଜଣ ଲୋକଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି । ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସ୍‌ପି ସାଗରିକା ନାଥ ଓ ଜିଲାପାଳ ଆଶିଷ ଠାକ୍‌ରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଆଉ ୨ ଦିନ ସ୍କୁଲ, କଲେଜ ବନ୍ଦ ନିଷ୍ପତ୍ତି ନେଇଛି ।

ସେହିପରି ଗୁରୁବାର ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା କର୍ଫ୍ୟୁ କୋହଳ କରାଯାଇଛି । ଏହାସହିତ କେବଳ ବ୍ୟାଙ୍କରେ ଜାରି ରହିବ ଲିଜ୍ ଲାଇନ୍ ଇଣ୍ଟରନେଟ ସେବା । ତେବେ ଗୋଷ୍ଠୀ ବିବାଦ ପ୍ରଶମନ ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ତରର ଲୋକପ୍ରତିନିଧି ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+