ଏହି ସବୁ ଜିଲ୍ଲାରେ ଆସନ୍ତାକାଲିଠୁ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆସନ୍ତାକାଲି ଠାରୁ କିଛି ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଖୋଲିବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇପାରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହା କହିଛନ୍ତି ।

ଶ୍ରୀ ଗଣ୍ଡ କହିଛନ୍ତି ଯେ, ଯେଉଁଠି ପାଗ ଅନୁକୂଳ ଥିବ, ସେଠାରେ ସକାଳ ସାଢ଼େ ୬ରୁ ସାଢ଼େ ୧୦ ଯାଏଁ ବିଦ୍ୟାଳୟ ଖୋଲାଯାଇପାରିବ । ଆସନ୍ତା ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ । ଅନ୍ୟପଟରେ ଜିଲ୍ଲାର ପାଗକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏସଂକ୍ରାନ୍ତରେ ନିଷ୍ପତ୍ତି ନେବେ ।

School will open from tomorrow

ତେବେ ଅନେକ ଜିଲାରେ ଆସନ୍ତାକାଲି ଅର୍ଥାତ୍ ୧୮ ତାରିଖରେ ସ୍କୁଲ ଖୋଲୁଥିବା ବେଳେ କେତେକ ଜିଲାରେ ସ୍କୁଲ ବନ୍ଦ ରଖିବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ନବରଙ୍ଗପୁର, ଜଗତ୍‌ସିଂହପୁର, ଅନୁଗୋଳ, ଖୋର୍ଦ୍ଧା ଓ ପୁରୀରେ ସକାଳୁଆ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+