ବନ୍ୟାପାଣି ଘେରରେ ଛାତ୍ରଛାତ୍ରୀ,ଚାଲିଛି ଉଦ୍ଧାର କାର୍ଯ୍ୟ

ODISHA FLOOD 2020: School Under Flood Water, Student's Rescue Work In Progressବନ୍ୟାପାଣି ଘେରରେ ଛାତ୍ରଛାତ୍ରୀ,ଚାଲିଛି ଉଦ୍ଧାର କାର୍ଯ୍ୟ

କଟକ: ରାଜ୍ୟରେ ଏବେ ଚିନ୍ତା ବଢାଇଛି ବନ୍ୟା ସ୍ଥିତି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ମହାନଦୀ ସହିତ ବିଭିନ୍ନ ମୁଖ୍ୟନଦୀରେ ସୃଷ୍ଟି ହୋଇଛି ବନ୍ୟା । କଟକର ଅନେକ ସ୍ଥାନ ବନ୍ୟାପାଣି ଘରେରେ । ଆଜି କଟକ ଗତିରାଉତ ପାଟଣା ସରସ୍ବତୀ ଶିଶୁମନ୍ଦିର ଭିତରକୁ ହଟାତ୍ ମାଡ଼ି ଆସିଥିଲା ବନ୍ୟାପାଣି । ଫଳରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମିଶାଇ ମୋଟ୍ ୭୮୦ ଜଣ ଏହି ସ୍କୁଲ ଭିତରେ ଫସିରହିଥିଲେ । ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟାଜାରି ରହିଛି ।

d

ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କୁ ଉଦ୍ଧାର କରାଯାଇସରିଛି । ଆଉ ୨୮୦ ଜଣ ଏବେ ମଧ୍ୟ ସ୍କୁଲରେ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମର ୬ଟି ବୋଟ୍ ନିୟୋଜିତ ରହିଛି । ଓଡ୍ରାଫର ମଧ୍ୟ ୫ଟି ବୋଟ୍ ଆସୁଛି ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ପାଇଁ । କଟକ ଜିଲ୍ଲାପାଳଙ୍କ ଏହି ଘଟଣା ଉପରେ ନଜର ରଖିଛନ୍ତି ଓ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି କହିଛନ୍ତି ଏସଆରସି । ତେବେ ଉଦ୍ଧାର କାର୍ଯ୍ୟ ସରିବା ପରେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

2
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+